କଳିଙ୍ଗନଗର ଶିଳ୍ପାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ନେଇ ତେଜିଲା ରାଜନୀତି । ମାନପୁର ବ୍ରିଜ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନକୁ ଭେଟିଲେ ପ୍ରୀତିରଞ୍ଜନ ଘଡ଼ାଇ, କଣ କହିଲେ ବିଧାୟକ ପଢ଼ନ୍ତୁ...

କଳିଙ୍ଗନଗର ଶିଳ୍ପାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ନେଇ ତେଜିଲା ରାଜନୀତି । ମାନପୁର ବ୍ରିଜ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନକୁ ଭେଟିଲେ ପ୍ରୀତିରଞ୍ଜନ ଘଡ଼ାଇ, କଣ କହିଲେ ବିଧାୟକ ପଢ଼ନ୍ତୁ...

କନକ ବ୍ୟୁରୋ: କଳିଙ୍ଗନଗର ଶିଳ୍ପାଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଥିବା ମାନପୁର ଓଭର ବ୍ରିଜ୍ ଦୁର୍ବଳ ହୋଇପଡ଼ିଛି। ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ାଉଛି। ମାତ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି। ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ସେପଟେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଗମନାଗମନରେ ବାଧା ସୃଷ୍ଟି କରିଛି ଯାଜପୁର ରୋଡ଼- ଡ଼ୁବୁରୀ ମୁଖ୍ୟ ରାସ୍ତାରେ ଥିବା ମାନପୁର ଓଭରବ୍ରିଜ । ଶହଶହ ଭାରିଯାନ ଚଳାଚଳ କରୁଥିବା ବ୍ରିଜଟି ଏବେ ଖାଲଖମାରେ ଭର୍ତ୍ତି। ଟ୍ରାଫିକ ସମସ୍ୟା ଉତ୍କଟ ହୋଇଛି । ଶିଳ୍ପାଞ୍ଚଳରେ ପୋଲ ଉପରେ ଲମ୍ବା ଧାଡ଼ିରେ ଗାଡ଼ି ଠିଆ ହୋଇରହୁଛି । ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ବିଭିନ୍ନ କାରଖାନାକୁ ଯାଉଥିବା ଶ୍ରମିକ, କର୍ମଚାରୀ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି । ଦୁର୍ବଳ ବ୍ରିଜ୍ ଉପରେ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ନୂଆ ଓଭରବ୍ରିଜ୍ କାମ ଖୁବଶୀଘ୍ର ସାରିବାକୁ ଦାବି ହୋଇଛି ।

ସେପଟେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡାଇ ଯାଜପୁର ପୂର୍ବତନ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ । ସେପଟେ ବର୍ତମାନର ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପୁରୁଣା ବ୍ରିଜ ମରାମତି ଓ ନୂତନ ବ୍ରିଜର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି । ରାଜନୈତିକ ବୟାନବାଜି ଭିତରେ ଯଥାଶୀଘ୍ର ଓଭର ବ୍ରିଜ୍ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe