ଟିମ୍ ଇଣ୍ଡିଆକୁ ବଡ ଝଟକା । ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବେନି ରାହୁଲ । କିଏ ହେବ ରାହୁଲଙ୍କ ବଦଳ ଖେଳାଳି?

139

କନକ ବ୍ୟୁରୋ: ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଆହତ ହୋଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍ ପଡିଛନ୍ତି । ତେବେ ଏନେଇ ନିଜେ କେ ଏଲ ରାହୁଲ ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି ସୂଚନା ଦେଇଥିବାବେଳେ, ଆସନ୍ତା ଜୁନ୍ ୭ ତାରିଖ ଫାଇନାଲ ମ୍ୟାଚରେ ସେ ଦଳ ସହ ରହିପାରିବେନି ବୋଲି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ତେବେ ରାହୁଲ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍ ପଡିବା ପରେ ତାଙ୍କ ବଦଳରେ କେଉଁ ଖେଳାଳି ଦଳରେ ସ୍ଥାନ ପାଇବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଆଇପିଏଲରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଦଳର କ୍ୟାପଟେନ୍ ରହିଥିଲେ । ଗତ ବାଙ୍ଗାଲୋର-ଲକ୍ଷ୍ନୌ ମ୍ୟାଚ୍ ବେଳେ ଗୋଟିଏ ଚୌକାକୁ ରୋକିବାକୁ ଯାଇ ସେ ଆହତ ହୋଇଥିଲେ । ତେବେ ଆହତ ହୋଇ ସେ ମ୍ୟାଚର ଅଧାରୁ ଡ୍ରେସିଂ ରୁମ୍ ଚାଲିଯାଇଥିବାବେଳେ, ସ୍କାନିଂ ପରେ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିବା ନେଇ ସୂଚନା ମିଳିଥିଲା । ହେଲେ ଏବେ କେ ଏଲ ରାହୁଲ ଆଇପିଏଲ୍ ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ମଧ୍ୟ ବାଦ୍ ପଡିଥିବା ନେଇ ଖୋଦ୍ ନିଜେ ସୂଚନା ଦେଇଛନ୍ତି ।

 

View this post on Instagram

 

A post shared by KL Rahul👑 (@klrahul)

ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ରାହୁଲ ଲେଖିଛନ୍ତି – ଆହତ ହେଲା ପରେ ମେଡିକାଲ ଟିମ୍ ତାଙ୍କ ଡାହାଣ ଜଂଘର ସର୍ଜରୀ ପାଇଁ ପରାମର୍ଶ ଦେଇଛନ୍ତି । ଏହି ସର୍ଜରୀ ହେବା ପାଇଁ ତାଙ୍କୁ କିଛି ଦିନ ସମୟ ଲାଗିବ । ତେବେ ବର୍ତମାନ ସମୟରେ ଏହି ଆହତ ଅବସ୍ଥାରୁ ନିଜକୁ ମୁକୁଳାଇବା ସହ ଫିଟ୍ ହେଇ ଟିମ୍ ଇଣ୍ଡିଆ ପାଇଁ ଖେଳିବା ତାଙ୍କର ଫୋକସ୍ ବୋଲି କେ ଏଲ ରାହୁଲ ଏହି ପୋଷ୍ଟରେ ଲେଖିଛନ୍ତି । ତେବେ ଆଇପିଏଲ୍ ସହିତ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲକୁ ମଧ୍ୟ ମିସ୍ କରିବେ ବୋଲି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ ଲେଖି ସୂଚନା ଦେଇଛନ୍ତି କେ ଏଳ ରାହୁଲ ।

କେ ଏଲ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, – ଜୁନ୍ ୭ରେ ଓଭାଲରେ ଦଳ ସହ ମୁଁ ରହିପାରିବିନି । ଏହା ଜାଣିବା ପରେ ମୁଁ ନିରାଶ ଅଟେ । ତେବେ ବ୍ଲୁ ଜର୍ସିରେ ପୁଣି ରିଟର୍ଣ୍ଣ କରିବାକୁ ମୁଁ ସବୁକିଛି କରିବି । ଏହା ହିଁ ମୋର ପ୍ରାଥମିକତା ରହିବା ସହିତ ତାକୁ ହିଁ ମୁଁ ଫୋକସରେ ରଖିବି ।

ଆସନ୍ତା ଜୁନ୍ ୭ ତାରିଖରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବ । ଏହି ମ୍ୟାଚ୍ ପାଇଁ ବିସିସିଆଇ ଦଳ ଘୋଷଣା କରିସାରିଛି । ରୋହିତ ଶର୍ମା ଏହି ଦଳର କ୍ୟାପଟେନ୍ ଥିଲାବେଳେ, ଦଳରେ ଶୁଭମନ୍ ଗିଲଙ୍କ ସହିତ ଚିତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେଙ୍କ ଭଳି ବ୍ୟାଟ୍ସମ୍ୟାନ୍ ରହିଛନ୍ତି । ତେବେ ଏହି ଦଳରୁ ଏବେ କେ ଏଲ ରାହୁଲ ବାଦ୍ ପଡିବା ପରେ ତାଙ୍କ ସ୍ଥାନରେ କେଉଁ ଖେଳାଳି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦଳରେ ସ୍ଥାନ ପକ୍କା କରୁଛି ତାହା ଦେଖିବାକୁ ବାକି ରହିଲା ।