ପଞ୍ଜାବ କିଙ୍ଗସକୁ ବଡ଼ ଝଟକା । ଚଳିତ ସିଜିନରୁ ବାହାରିଗଲେ ଅଧିନାୟକ କେଏଲ ରାହୁଲ, ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ହସ୍ପିଟାଲରେ ଭର୍ତ୍ତି । 

572

କନକ ବ୍ୟୁରୋ : ପଞ୍ଜାବ କିଙ୍ଗସକୁ ଲାଗିଲା ବଡ଼ ଝଟକା । ଦଳର ଅଧିନାୟକ କେଏଲ ରାହୁଲ ଆଇପିଏଲର ୧୪ତମ ସଂସ୍କରଣ ଅର୍ଥାତ ଚଳିତ ସିଜିନରୁ ବାହାରି ଯାଇଛନ୍ତି । ରାହୁଲଙ୍କୁ ଆପେଣ୍ଡିକ୍ସ ହୋଇଥିବା ବେଳେ ତାଙ୍କୁ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବଂ ଖୁବ ଶୀଘ୍ର ତାଙ୍କର ଅପରେସନ୍ ହେବାକୁ ଯାଉଥିବା ମଧ୍ୟ ଜାତୀୟ ଗଚ୍ଚମାଧ୍ୟମରୁ ସୂଚନା ମିଳିଛି ।

 

ପଞ୍ଜାବ କିଙ୍ଗସ ପକ୍ଷରୁ ଏନେଇ ବୟାନ ଜାରି କରାଯ।।ଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ପେଟରେ ପ୍ରବଳ କଷ୍ଟ ହେଉଥିବା କହିଥିଲେ ରାହୁଲ । ଏପରିକି ଔଷଧ ଖାଇବା ପରେ ମଧ୍ୟ ଯନ୍ତ୍ରଣା କମିନଥିଲା । ଏହା ପରେ ତାଙ୍କୁ ଏମରଜେନ୍ସି ରୁମକୁ ନିଆଯାଇଥିଲା । ଏହା ପରେ ତାଙ୍କୁ ଆପେଣ୍ଡିକ୍ସ ହୋଇଥିବା ଜଣାପଡିଥିଲା ।

ତେବେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗସ । ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରୁଥିବାବେଳେ ପଏଣ୍ଟ ତାଲିକାରେ ୬ ଅଙ୍କ ସହ ଏବେ ପଞ୍ଚମ ସ୍ଥାନରେ ରହିଛି ପଞ୍ଜାବ । କିନ୍ତୁ ଆଗକୁ ରାହୁଲଙ୍କ ଅନୁପସ୍ଥିତି ଦଳ ଉପରେ ନିହାତି ଏକ ବଡ଼ ପ୍ରଭାବ ପକାଇବ ।