କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ ବିପକ୍ଷରେ ସିରିଜ୍ ଖେଳୁଛି । ଯେଉଁଠି ଦଳ ୫ଟି ଟି-୨୦ ମ୍ୟାଚ୍ ଖେଳିବ ।

Advertisment

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିମ୍ବାୱେ ବିପକ୍ଷ ସିରିଜ୍ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ । ଆଉ ସେଠାରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଆଉ ଏହି ଗସ୍ତରେ ଦଳର କମାଣ କିଏ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ବଢିଛି ।

କୁହାଯାଉଛି ଏହି ସିରିଜ୍ ପାଇଁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମରାଙ୍କୁ ଦଳ ବିଶ୍ରାମ ଦେଇପାରେ । ଆଉ ତାଙ୍କ ସ୍ଥାନରେ କେ ଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିପାରେ । ଶ୍ରୀଲଙ୍କା ବିପକ୍ଷ ଏହି ସିରିଜରେ ସିଲେକ୍ଟର ଉଭୟ ଫର୍ମାଟ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ଦେଇପାରେ । ଦିନିକିଆରେ ସମ୍ଭବତଃ କେ ଏଲ ରାହୁଲ, ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇପାରନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବରରୁ ଜାନୁଆରୀ ଭିତରେ ଟିମ୍ ଇଣ୍ଡିଆ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଯେଉଁଥିପାଇଁ ଏବେଠୁ ଗେମ୍ ପ୍ଲାନ୍ ପ୍ରସ୍ତୁତ ହେଲାଣି । ଏହି ୧୦ଟି ଟେଷ୍ଟ ପରେ ଦଳ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଖେଳିବ ।