କନକ ବ୍ୟୁରୋ: ଏସିଆ କପର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିଲେ ଟିମ୍ ଇଣ୍ଡିିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ । ସେପ୍ଟେମ୍ବର ୨ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ଏହାପରେ ହେବାକୁ ଥିବା ନେପାଳ ସହିତ ମ୍ୟାଚରୁ କେ ଏଲ ରାହୁଲ ବାଦ୍ ପଡିଛନ୍ତି । ଏନେଇ ବିସିସିଆଇ ଟୁଇଟ୍ କରି ବିଧିବଦ୍ଧ ଭାବେ ସୂଚନା ଦେଇଛି । ତେବେ ଏହାପରେ ସେ ପଡିଆକୁ ଓହ୍ଲାଇବା ସହିତ ଦଳ ପାଇଁ ମ୍ୟାଚ୍ ଖେଳିବାକୁ ଉପଲବ୍ଧ ରହିବେ ବୋଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ବିସିସିଆଇ ତରଫରୁ କୋଚ୍ ରାହୁଲ ଦ୍ରାବିଡଙ୍କ ଏକ ମେସେଜକୁ ଟୁଇଟ୍ କରାଯାଇଛି । ଯେଉଁଥିରେ ରାହୁଲ ତୁରନ୍ତ ଫିଟ୍ ହେଉଛନ୍ତି ବୋଲି କୁହାଯିବା ସହିତ ଏସିଆ କପର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିବା ନେଇ ସୂଚନା ଦିଆଯାଇଛି । ତେବେ ଆହତ ସମସ୍ୟା ଦେଇ ଗତି କରୁଥିବା ରାହୁଲ ଏଥର ଏସିଆ କପ୍ ଟିମରେ ସାମିଲ ହେଇଛନ୍ତି ।
UPDATE
KL Rahul is progressing really well but will not be available for India’s first two matches – against Pakistan and Nepal – of the #AsiaCup2023: Head Coach Rahul Dravid#TeamIndia
— BCCI (@BCCI) August 29, 2023
ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆର ଦୁଇ ଖେଳାଳି କେ ଏଲ ରାହୁଲ ଏବଂ ଶ୍ରେୟାସ ଆୟର ଆହତ ହେଇ ଦଳରୁ ଦୀର୍ଘ ଦିନ ହେଲା ଦୂରରେ ରହିଥିଲେ । ହେଲେ ଏସିଆ କପ୍ ପାଇଁ ଦୁଇ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଶ୍ରେୟାସ ଆୟର ଏବେ ସମ୍ପୂର୍ଣ୍ଣ ଫିଟ୍ ବୋଲି ସୂଚନା ମିଳିଥିବାବେଳେ, କେ ଏଲ ରାହୁଲ ଦୁଇଟି ମ୍ୟାଚ୍ ପରେ ସୁସ୍ଥ ହେବେ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/08/102837487.jpg)