ଦକ୍ଷିଣଆଫ୍ରିକାରେ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ । ପ୍ରଥମ ପାଳିରେ ହାସଲ କଲେ ଦମଦାର ଶତକ । 

213

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନ୍‌ ସ୍ଥିତ ସୁପରସ୍ପୋଟ୍ସ ପାର୍କରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ୍ ଶତକ ମାରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ରାହୁଲ୍ ୨୪୮ଟି ବଲ୍ ଖେଳି ୧୬ଟି ଚୌକା ଓ ଗୋଟିଏ ଛକା ସହ ଟେଷ୍ଟ ମ୍ୟାଚରେ ନିଜର ସପ୍ତମ ଶତକ ହାସଲ କରିଛନ୍ତି ।

୯୦ ଓଭର ସୁଦ୍ଧା ଭାରତ ୩ ଓ୍ଵିକେଟ ହରାଇ ୨୭୨ ରନ୍ ସଂଗ୍ରହ କରିଛି । ମୟଙ୍କ ଅଗ୍ରଓ୍ଵାଲ୍ ୧୨୩ଟି ବଲ ଖେଳି ୯ଟି ଚୌକା ସହ ୬୦ ରନ୍ କରି ଆଉଟ୍ ହୋଇଥିଲେ । ଚେତେଶ୍ଵର ପୂଜାରା ପ୍ରଥମ ବଲ୍ ଖେଳି କୌଣସି ରନ୍ ନକରି ଆଉଟ ହୋଇଯାଇଥିଲେ । ବିରାଟ କୋହଲି ୯୪ଟି ବଲ୍ ଖେଳି ୩୫ ରନ୍ କରି ଆଉଟ୍ ହୋଇଥିଲେ । ଲୋକେଶ ରାହୁଲ୍ ୨୪୮ ଟି ବଲ୍ ଖେଳି ୧୨୨ ରନରେ ଅପରାଜିତ ଅଛନ୍ତି ଓ ଆଜିଙ୍କ୍ୟ ରାହାଣେ ୮୧ଟି ବଲରେ ୮ଟି ଚୌକା ସହ ୪୦ ରନ କରି ଅପରାଜିତ ଅଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତର ୩ଟି ଯାକ ଓ୍ଵିକେଟ୍ ଲୁଙ୍ଗି ଏନଗିଡି ହାସଲ କରିଥିଲେ ।