କନକ ବ୍ୟୁରୋ: ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କୁ ଆଗାମୀ ସିଜିନ ପାଇଁ ରିଲିଜ କରିଦେଇଛି ପଞ୍ଜାବ । ଅର୍ଥାତ ୨୦୨୨ ପାଇଁ ହେବାକୁ ଥିବା ମେଗା ଅକ୍ସନରେ ନଜର ଆସିବେ ରାହୁଲ । ରିଟେସନ ଲିଷ୍ଟରେ ପଞ୍ଜାବ ଦୁଇ ଜଣ ଖେଳାଳିଙ୍କୁ ରଖିଛି । ରିଟେସନ ଲିଷ୍ଟ ଜାରି ହେବା ପରେ ପଞ୍ଜାବ ଟିମର ହେଡ କୋଚ ଅନିଲ କୁମ୍ବଲେ ବଡ ଖୁଲାସା କରି କହିଛନ୍ତି, ରାହୁଲ ପଞ୍ଜାବ ଦଳରେ ରହିବାକୁ ଚାହୁଁ ନଥିଲେ ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି କି, ରାହୁଲଙ୍କୁ ଖେଳିବା ପାଇଁ ବହୁତ କୁହାଯାଇଥିଲା । ହେଲେ ସେ ମାନି ନଥିଲେ । ସେ ନିଜ ଜିଦରେ ଅଟଳ ରହି ଦଳ ଛାଡିଛନ୍ତି । ଦଳ ତାଙ୍କୁ ଛାଡିବାକୁ ଚାହୁଁ ନଥିଲା । କାରଣ ସେ ଜଣେ ଦକ୍ଷ ଖେଳାଳି ।

ରାହୁଲଙ୍କ ପାଖରେ ୯୪ଟି ଆଇପିଏଲ ମ୍ୟାଚ ଖେଳିବାର ଅନୁଭବ ରହିଛି । ସେ ଜଣେ ଉନ୍ନତ ୱିକେଟ କିପର ବ୍ୟାଟ୍ସମ୍ୟାନ ମଧ୍ୟ । ସେ ଆଇପିଏଲରେ ମୋଟ ୩୨୭୩ ରନ କରିଛନ୍ତି ଯେଉଁଥିରେ ୨ଟି ଶତକ ଓ ୨୭ଟି ଅର୍ଦ୍ଧ ଶତକ ସାମିଲ ଅଛି ।