ଦୁବାଇରେ ରାହୁଲଙ୍କ ରାଜ୍ । ବାଙ୍ଗାଲୋର ବିପକ୍ଷରେ କଲେ ୧୩୨ ରନ୍ । ହାସଲ କଲେ ଚଳିତ ଆଇପିଏଲର ପ୍ରଥମ ଶତକ 

200
କନକ ବ୍ୟୁରୋ : ଦୁବାଇରେ ଦେଖିବାକୁ ମିଳିଲା ରାହୁଲଙ୍କ ରୋମାଞ୍ଚକର ବ୍ୟାଟିଂ । ବାଙ୍ଗାଲୋର ବିପକ୍ଷରେ ରାହୁଲ ହାସଲ କଲେ ଚଳିତ ଆଇପିଏଲର ପ୍ରଥମ ଶତକ । ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏହି ଆଇପିଏଲରେ ଶତକ ହାସଲ କରିଛନ୍ତି । ସେ ୬୯ ବଲରୁ ୭ ଛକା, ୧୪ ଚୌକା ବଳରେ ୧୩୨ ରନ କରିଛନ୍ତି । ତାଙ୍କ ଶତକ ସହ ଏବେ ପଞ୍ଜାବ ବାଙ୍ଗାଲୋର ଆଗରେ ୨୦୭ ରନର ବିଶାଳ ସ୍କୋର ଛିଡା କରିଛି ।
ଏହି ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ପ୍ରଥମରୁ ହିଁ କେଏଲ ରାହୁଲ ଆସି ଚମକ୍ରାର ବ୍ୟାଟିଂ କରିଥିଲେ । ସେ ଶେଷ ଓଭର ଯାଏଁ ଖେଳି ଦଳକୁ ବଡ ସ୍କୋର କରିବାରେ ସଫଳ ହୋଇଥିଲେ ।
ଅନ୍ୟପ କ୍ଷରେ ରାହୁଲଙ୍କ ଏଭଳି ସ୍କୋର ଯୋଗୁଁ ତାଙ୍କୁ ଏବେ ଅରେଞ୍ଜ କ୍ୟାପର ହକଦାର କୁହାଯାଉଛି । ଗତ ବର୍ଷ ମଧ୍ୟ ସେ ଅରେଞ୍ଜ କୟାପ ଦୌଡରେ ରହିଥିଲେ ।