ଆଇପିଏଲ ଟକ୍କର: ଟସ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ କୋଲକାତା  

63

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ଓ ପଞ୍ଜାବ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ କୋଲକାତା ଦଳ । ଏହି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । କୋଲକାତା ଏହି ମୟାଚରେ ବିଜୟୀ ହୋଇ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ସେହିପରି ପଞ୍ଜାବ ପ୍ଲେ ଅଫରେ ପ୍ରବେଶ କରିବାକୁ ଆଜି ଜୋରଦାର ଲଢେଇ କରିବ ।

ଚଳିତ ଆଇପିଏଲରେ କୋଲକାତା ୧୧ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୬ଟି ପରାଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପଞ୍ଜାବ ୧୧ଟି ମ୍ୟାଚ ଖେଳି ୪ଟିରେ ବିଜୟ ଓ ୭ଟିରେ ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ କଡ୍ଡା ଟକ୍କର ଦେଖିବାକୁ ମିଳିବ ।