କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲଟେଜ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଟିମ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବା ପାଇଁ ଉଭୟ ଦଳ ଆଜି ଲଢେଇ କରିବେ ।
ଉଭୟ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ମୁମ୍ବାଇ କୋଲକାତାକୁ ୧୦ ରନରେ ପରାସ୍ତ କରିଥିଲା । ୧୫୨ ରନର କମ ବିଜୟ ଲକ୍ଷ୍ୟ ଦେଇ ମଧ୍ୟ ମୁମ୍ବାଇ ନିଜ ଧୁରନ୍ଦର ବୋଲରଙ୍କ ବଳରେ ଏହି ମ୍ୟାଚକୁ ଜିତି ନେଇଥିଲା ।
ଚଳିତ ଆଇପିଏଲରେ ମୁମ୍ବାଇ ୮ଟି ମ୍ୟାଚ ଖେଳି ୪ଟିରେ ବିଜୟ ଓ ୪ଟିରେ ପରାଜିତ ହୋଇଥିଲା । ଫଳରେ ୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲା । ସେହିପରି କୋଲକାତା ୮ଟି ମ୍ୟାଚରୁ ୩ଟି ବିଜୟ ଓ ୫ଟି ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/ty-2.jpg)