ଶିଭମ ମାଭିଙ୍କ ଚମତ୍କାର ବୋଲିଂ: ୮୬ ରନରେ ରାଜସ୍ଥାନକୁ ହରାଇଲା କୋଲକାତା, ବଢିଲା କେକେଆରର ପ୍ଲେଅଫ ଆଶା

108

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଛି । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡରର ବୋଲର ମାନେ ଚମତ୍କାର ବୋଲିଂ କରିଛନ୍ତି । ଫଳରେ ରାଜସ୍ଥାନ ୧୬ ଓଭର ଖେଳି ୮୫ ରନରେ ଅଲଆଉଟ ହୋଇଯାଇଛି । ଏହାସହ ଏହି ମ୍ୟାଚରେ ୮୬ ରନରେ ବିଜୟୀ ହୋଇଛି କୋଲକାତା । ଏହି ବିଜୟ ସହ କୋଲକାତା ନାଇଟ ରାଇଡରର ପ୍ଲେ ଅଫ ଖେଳିବା ଆଶା ଦୃଢ ହୋଇଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା କୋଲକାତା ଦଳ । ଦଳ ଆରମ୍ଭରୁ ଭଲ ଆରମ୍ଭ କରିଥିଲା । ଦଳ ପକ୍ଷରୁ ଶୁଭମନ ଗିଲ ୫୬, ଭେଙ୍କଟେଶ ୩୮ ଓ ରାହୁଲ ତ୍ରିପାଠୀ ୨୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ କରିଥିଲା ।

୧୭୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ରାଜସ୍ଥାନ ଦଳ । ହେଲେ ଦଳ କୋଲକାତାର ବୋଲରଙ୍କୁ ସାମ୍ନା କରିପାରିନଥିଲେ । ରାହୁଲ ତେୱତିଆ ଓ ଶିଭମ ଦୁବେଙ୍କୁ ଛାଡିଦେଲେ ଆହୁ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ୧୬ ଓଭର ୧ ବଲ ଖେଳି ରାଜସ୍ଥାନ ୮୫ ରନରେ ଅଲ ଆଉଟ ହୋଇଯାଇଥିଲା ।