କନକ ବ୍ୟୁରୋ: ବାଙ୍ଗାଲୋର ବିପକ୍ଷରେ ସହଜ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର । ଏହି ମ୍ୟାଚରେ ୯୩ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଏହି ବିଜୟ ଲାଭ କରିଛି । କେକେଆରର ଓପନର ଶୁଭମନ ଗିଲ ଓ ଭେଙ୍କଟେଶ ଆୟର ଦମଦାର ବ୍ୟାଟିଂ କରି ଏହି ବିଜୟ ଦେଇଛନ୍ତି । ମାତ୍ର ୧୦ ଓଭରରେ କେକେଆର ଏହି ବିଜୟ ଲକ୍ଷ୍ୟ ହାସଲ କରିଛି ।
ଏହି ମ୍ୟାଚରେ ବାଙ୍ଗାଲୋର ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଏହି ଯୋଡି । ଏହାପରେ ଡିଭିଲିୟର୍ସ, ମ୍ୟାକ୍ସୱେଲଙ୍କ ଭଳି ଖେଳାଳି ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ଫଳରେ ୧୯ ଓଭର ସୁଦ୍ଧା ପୂରା ଟିମ ଅଲଆଉଟ ହୋଇଯାଇଥିଲା । ଆଉ କୋଲକାତା ଆଗରେ ମାତ୍ର ୯୩ ବିଜୟ ଲକ୍ଷ୍ୟ ଦେଇଥିଲା ।
ଦ୍ୱିତୀୟ ଇଂନିସରେ କେକେଆରର ଦୁଇ ଓପନର ଶୁଭମନ ଗିଲ ଓ ଭେଙ୍କଟେଶ ଆୟର ବ୍ୟାଟିଂ ପାଇଁ ଆସିଥିଲେ । ଆଉ ନିଜ ଦମଦାର ବ୍ୟାଟିଂ ବଳରେ ମାତ୍ର ୧୦ ଓଭରରେ ଏହି ମ୍ୟାଚକୁ ଜିତି ନେଇଥିଲା କୋଲକାତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/OOOO.jpg)