ଚେନ୍ନାଇକୁ ଚିତ୍ କଲା କୋଲକାତା । ଘାତକ ବୋଲିଂ କରି ୧୦ ରନରେ ବିଜୟ ହାସଲ କଲା ଦିନେଶ୍ ବାହିନୀ । 

1,322
କନକ ବ୍ୟୁରୋ: ଦୁବାଇରେ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ଚିତ୍ କଲା କୋଲକାତା ନାଇଟରାଇଡର୍ସ । ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ଚେନ୍ନାଇ ଆଗରେ ୧୬୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା କୋଲକାତା  । ଜବାବରେ ପ୍ରଥମରୁ ଚେନ୍ନାଇ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଶେଷ ଆଡକୁ ୱିକେଟର ପତନ ଏବଂ କୋଲକାତାର ଘାତକ ବୋଲିଂ ସାମ୍ନାରେ ଚେନ୍ନାଇ ମାତ୍ର ୧୫୭ ରନ କରିବାରେ ସକ୍ଷମ ହୋଇଥିଲା । ଫଳରେ ୧୦ ରନରେ କୋଲକାତା ବିଜୟ ହାସଲ କରିଛି ।
ତେବେ କୋଲକାତାର ରାହୁଲ ତ୍ରିପାଠୀଙ୍କ ଦମଦାର ବ୍ୟାଟିଂ ଫଳରେ ଦଳ ୨୦ ଓଭର ଖେଳି ୧୬୭ ରନ କରିଥିଲା । ଚେନ୍ନାଇ ପୂର୍ବ ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରିଥିବାବେଳେ ଏହି ମ୍ୟାଚରେ ବିଜୟ ଧାରାକୁ ବଜାୟ ରଖିବାରେ ବିଫଳ ହୋଇଛି । ସେପଟେ କୋଲକାତା ୨ ପଏଣ୍ଟ ପାଇବା ସହ ତୃତୀୟ ବିଜୟ ହାସଲ କରିଛି ।