ଭେଙ୍କଟେଶ-ରାହୁଲଙ୍କ ଧୂଆଁଦାର ବ୍ୟାଟିଂ: ୭ ୱିକେଟରେ ମୁମ୍ବାଇକୁ ହରାଇଲା କୋଲକାତା

107

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀଙ୍କ ଧୂଆଁଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ୭ ୱିକେଟରେ ବିଜୟୀ ହୋଇଛି କୋଲକାତା ନାଇଟ ରାଇଡର୍ସ । ଏହି ବିଜୟ ସହ ଏବେ ଦୁଇ ପଏଣ୍ଟ ଅଧିକା ପଏଣ୍ଟ ଟେବୁଲର ଉପରକୁ ଉଠିଛି କୋଲକାତା ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି କୋଲକାତା ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ମୁମ୍ବାଇ ଦଳ । ଆରମ୍ଭରୁ ଡିକକ ଓ ରୋହିତ ଭଲ ଆରମ୍ଭ ହୋଇଥିଲେ । ଦଳ ପକ୍ଷରୁ ଡିକକ ୫୫, ରୋହିତ ଶର୍ମା ୩୩, ପୋଲାର୍ଡ ୨୧ ରନ କରିବାରେ ସଫଳ ହୋଇଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୫ ରନ କରିଥିଲା ।

୧୫୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକାତା ଦଳ ଆରମ୍ଭରୁ ବିସ୍ଫୋରକ ଖେଳିଥିଲା । ଶୁଭମନ ଗିଲ ଆଉ ହେବା ପରେ ଭେଙ୍କଟେଶଙ୍କ ସହ ମିଶି ରାହୁଲ କୋଲକାତାକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ୧୫ ଓଭରରେ ୩ ୱିକେଟ ହରାଇ କୋଲକାତା ବିଜୟ ଲକ୍ଷ୍ୟ ପୂରଣ କରିଥିଲା ।