ଶୁଭମନ ଗିଲଙ୍କ ଅର୍ଦ୍ଧଶତକ: ୬ ୱିକେଟରେ ହାଇଦ୍ରାବାଦକୁ ହରାଇଲା କୋଲକାତା

55

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ସହଜ ବିଜୟ ହାସଲ କରିଛି କୋଲକାତା । ଏହି ମ୍ୟାଚରେ କୋଲକାତା ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି । ଫଳରେ ଏହି ବିଜୟ ସହ କୋଲକାତା ପଏଣ୍ଟ ଟେବୁଲରେ ୨ ପଏଣ୍ଟ ଲାଭ କରିଛି । ଏହାସହ ପ୍ଲେ ଅଫରେ ପ୍ରବେଶ କରିବାର ଆଶା ମଧ୍ୟ କୋଲକାତାର ବଢି ଯାଇଛି ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଦଳ । ଦଳର କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ । ଦଳ ପକ୍ଷରୁ ୱିଲିୟମସନ ୨୬, ଅବଦୁଲ ସାମଦ ୨୫ ଓ ପ୍ରିୟମ ଗାର୍ଗ ୨୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୧୫ ରନ କରିଥିଲା ହାଇଦ୍ରାବାଦ ।

୧୧୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା କୋଲକାତା ଦଳ । ଦଳ ଏହି ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କରିଥିଲା । ୧୯ ଓଭର ୪ଟି ବଲ ଖେଳି ଦଳ ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ଶୁଭମନ ଗିଲ ୫୭ ରନ କରିଥିଲେ ।