କନକ ବ୍ୟୁରୋ : ଆଇପିଏଲକୁ ଆଉ ଦିନ କେଇଟା ବାକି ଅଛି । ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଆଉ ଏହି ଉଦଘାଟନୀ ମ୍ୟାଚ୍ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ନିଜର ନୂଆ ଜର୍ସି ଲଞ୍ଚ କରିଛି । ଟିମର ନୂଆ ଅଧିନାୟକ ଶ୍ରେୟସ ଆୟର ଏହି ନୂଆ ଜର୍ସିରେ ନଜର ଆସିଛନ୍ତି । ଯାହାର ଭିଡ଼ିଓ କୋଲକାତା ନାଇଟ ରାଇଡର୍ସ ନିଜର ଟ୍ୱିଟର ପେଜରେ ସେୟାର କରିଛି । ପବିତ୍ର ହୋଲି ଅବସରରେ ଏହି ନୂଆ ଜର୍ସି ଲଞ୍ଚ କରିଛି କେକେଆର । ଏହାସହ ହୋଲି ସେଲିବ୍ରେସନ ମଧ୍ୟ କରିଥିଲେ ଶ୍ରେୟସ ।
KKR 2022 Official Jersey Reveal
We know you’ve all been waiting for it. Our threads for #IPL2022 is here #KKRHaiTaiyaar with @StayWrognpic.twitter.com/rHtUpyuDZr
— KolkataKnightRiders (@KKRiders) March 18, 2022
ଜର୍ସି ଲଞ୍ଚ ସହ କୋଲାକାତା ନାଇଟ ରାଇଡର୍ସର ନୂଆ ଅଧିନାୟକ ଶ୍ରେୟସ ଆୟର ଫଟୋ ସୁଟ୍ ମଧ୍ୟ କରିଛନ୍ତି । ଯାହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛି କେକେଆର । ଯାହାକୁ କୋଲକାତାର ପ୍ରଂଶସକ ବେଶ ପସନ୍ଦ କରିଛନ୍ତି ।
in our fresh #IPL2022 kit @ShreyasIyer15#KKRHaiTaiyaar#ShreyasIyer#KKRpic.twitter.com/fgmYH1zfiS
— KolkataKnightRiders (@KKRiders) March 18, 2022
ଗତଥର କୋଲକାତା ନାଇଟ ରାଇଡର୍ସ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ଦଳର ପ୍ରଦର୍ଶନ ପ୍ରଥମରୁ ଭଲ ନଥିଲେ ମଧ୍ୟ ଶେଷ ଆଡକୁ ଦମଦାର ପ୍ରଦର୍ଶନ କରି କୋଲକାତା ଫାଇନାଲରେ ସ୍ଥାନ ପକ୍କା କରିଥିଲା । କିନ୍ତୁ ଫାଇନାଲ ମୁକାବିଲାରେ ଚେନ୍ନାଇ ଠାରୁ ମାତ୍ ଖାଇଥିଲା କୋଲକାତା । ଆଉ ଏହାପରେ ଦଳ କ୍ୟାପଟେନ ପଦରୁ ଇଅନ ମୋର୍ଗାନଙ୍କୁ ହଟାଇଥିଲା। ଚଳିତଥର ମହାନିଲାମୀରେ ଅଧିନାୟକ ଦାୟିତ୍ୱ ତୁଲାଇ ପାରୁଥିବା ଖେଳାଳୀଙ୍କୁ ଦଳରେ ସାମିଲ କରିବାକୁ ନଜର ରଖିଥିଲା କୋଲକାତା । ଆଉ ମହାନିଲାମୀରେ ଶ୍ରେୟସଙ୍କ ନାଁରେ ମୋହର ମାରିଥିଲା କୋଲକାତା । ଶ୍ରେୟସଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା କୋଲକାତା । ପୂର୍ବରୁ ଯେହେତୁ ଶ୍ରେୟସ ଦିଲ୍ଲୀ ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି ତେଣୁ କୋଲକାତା ଶ୍ରେୟସଙ୍କ ଉପରେ ଭରସା କରିବା ସହ ଦଳରେ ସାମିଲ କରିଥିଲା । ଏହାଛଡା ଶ୍ରେୟସ ଏବେ ଦମଦାର ଫର୍ମରେ ରହିଛନ୍ତି । ତେଣୁ ଚଳିତ ସିଜିନରେ ଶ୍ରେୟସଙ୍କ ବ୍ୟାଟରୁ ବିଧ୍ୱଂସୀ ଇନିଂସ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି ।