ଭେଙ୍କଟେଶଙ୍କ ଦମଦାର ବ୍ୟାଟିଂ: ୧୬୫ ରନ କଲା କୋଲକାତା, ପଞ୍ଜାବ ଆଗରେ ୧୬୬ ରନର ବିଜୟ ଲକ୍ଷ୍ୟ

74

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ କୋଲକାତାର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ କୋଲକାତା ଏହି ମ୍ୟାଚରେ ୧୬୫ ରନ କରିବାରେ ସକ୍ଷମ ହୋଇଛି । ଏବେ ପଞ୍ଜାବ ଆଗରେ ୧୬୬ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ଏବେ କୋଲକାତା ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା କୋଲକାତା ଦଳ । ଆରମ୍ଭରୁ ଚମତ୍କାର ଆରମ୍ଭ କରିଥିଲେ ଭେଙ୍କଟେଶ ଆୟର । ଆଉ ତାଙ୍କୁ ସାଥ ଦେଇଥିଲେ ରାହୁଲ ତ୍ରିପାଠୀ । ଏହି ମ୍ୟାଚରେ ଭେଙ୍କଟେଶ ୬୭, ରାହୁଲ ତ୍ରିପାଠୀ ୩୪ ଓ ନୀତିଶ ରାଣା ୩୧ ରନ କରିଥିଲେ । ଫଳରେ ୨୦ ଓଭରରେ କୋଲକାତା ୭ ୱିକେଟ ହରାଇ ୧୬୫ ରନ କରିଛି ।