କନକ ବ୍ୟୁରୋ: ଚାଲିଛି ଆଇପିଏଲ ମହାନିଲାମୀ । ଏଥିରେ ଶ୍ରେୟାସ ଆୟରଙ୍କୁ କିଣିଛି କୋଲକାତା ନାଇଟ ରାଇଡର । କୋଲକାତା ତାଙ୍କୁ ୧୨ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ତେବେ ଶ୍ରେୟାସଙ୍କୁ ନେଇ ଅନେକ ଦଳ ନିଲାମୀ ଡାକିଥିଲେ । ହେଲେ ଏଥିରେ ବାଜି ମାରିନେଇଥିଲା କୋଲକାତା । ତେବେ କୋଲକାତା ଶ୍ରେୟାସଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
ଶ୍ରେୟାସଙ୍କ ବ୍ୟତୀତ କୋଲକାତା ପ୍ୟାଟ କୁମିନ୍ସଙ୍କୁ ମଧ୍ୟ ଦଳରେ ସାମିଲ କରିଛି । ତେବେ ଗତ ବର୍ଷ କୋଲକାତାର ଅଧିନାୟକ ଥିବା ଇୟନ ମୋର୍ଗାନଙ୍କୁ ଦଳ ଛାଡିଦେଇଛି ତେଣୁ ଶ୍ରେୟାସଙ୍କୁ ଦଳର ଅଧିନାୟକ ପଦ ଦିଆଯାଇପାରେ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/26-15.jpg)