ହାଇଦ୍ରାବାଦ ବୋଲରଙ୍କ ଦମଦାର ବୋଲିଂ । ୧୬୩ ରନ କଲା କୋଲକାତା । ହାଇଦ୍ରାବାଦ ଆଗରେ ୧୬୪ ରନ ଟାର୍ଗେଟ । 

135

କନକ ବ୍ୟୁରୋ : ଆଜିର ମ୍ୟାଚରେ ହାଇଦ୍ରାବାଦ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି । ଫଳରେ କୋଲକାତା ବ୍ୟାଟ୍ସମ୍ୟାନ ମାନେ ମାତ୍ର ୧୬୩ ରନ କରିଛନ୍ତି । ଏବେ ହାଇଦ୍ରାବାଦ ଆଗରେ ୧୬୪ ରନର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚରେ ଜିତିବାକୁ ହେଲେ ବଡ ପାଳି ଖେଳିବାକୁ ହେବ ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ବ୍ୟାଟିଂ ପାଇଁ ଆସିଥିଲା । ହେଲେ ଦଳ ବଡ ସ୍କୋର କରିବାରେ ସଫଳ ହୋଇପାରିନଥିଲା । ଦଳ ପକ୍ଷରୁ ଶୁଭମନ ଗିଲ ୩୬, ଇୟନ ମୋର୍ଗାନ ୩୪, ଦିନେଶ କାର୍ତ୍ତିକ ୨୯, ନିତୀଶ ରାଣା ୨୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୬୩ ରନ କରିଛି ।

ଏବେ ହାଇଦ୍ରାବାଦ ଆଗରେ ୧୬୪ରନର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ ଓ କେନ ୱିଲିୟମସନଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଦଳ ଏହି ମ୍ୟାଚକୁ ଭଲ ଚେଜ କରିବ ବୋଲି କୁହାଯାଉଛି ।