କନକ ବ୍ୟୁରୋ : ଅଧିନାୟକ ଘୋଷଣା କରିଛି କୋଲକାତା ନାଇଟ୍ସ ରାଇଡର୍ସ । ୨୦୨୪ ଆଇପିଏଲରେ ଅଧିନାୟକ ଭାବେ ନଜର ଆସିବେ ଶ୍ରେୟସ ଅୟର । ଅତୀତରେ ଅୟର କେକେଆର ପାଇଁ ୨୦୨୨ରେ କିଛି ମ୍ୟାଚ ଅଧିନାୟିକତ୍ୱ କରିଥିଲେ । ୨୦୨୩ ଆଇପିଏଲ ରେ ଆହାତ ପାଇଁ କେକେଆର ପକ୍ଷରୁ ଖେଳିପାରି ନଥିଲେ ଶ୍ରେୟସ । ଏବେ କେକେଆର ପୁଣି ଥରେ ଆୟାରଙ୍କୁ ବଡ ଦାୟିତ୍ୱ ଦେଇଛି । ଟିମ ଇଣ୍ଡିଆ ପାଇଁ ନିୟମିତ ଖେଳୁଥିବା ଅୟାର ଟି-୨୦ ଫରମାର୍ଟରେ ଜଣେ ଅଭିଞ ଖେଳାଳି । କେକେଆର ଦଳର ସିଇଓ ଏନେଇ ସୋସିଆଲ ମଡିଆରେ ଲେଖିଛନ୍ତି ଅୟର ଅଧୀନାୟକ ଏବଂ ନୀତିଶ ରାଣା ଉପଅଧିନାୟକ ଭାବେ ନଜର ଆସିବେ ।

Advertisment