କନକ ବ୍ୟୁରୋ: ଆଜି ଆଇପିଏଲରେ ଦେଖିବାକୁ ମିଳିଛି ଆଉ ଏକ ରୋମାଂଚକର ମ୍ୟାଚ୍ । ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ହାଇଦ୍ରାବାଦକୁ ବିଜୟ ପାଇଁ ୧୮୮ ରନ୍ ଆବଶ୍ୟକ ହେଉଥିବାବେଳେ ଦଳ ୨୦ ଓଭର ଶେଷ ସୁଦ୍ଧା କେବଳ ୧୭୭ ରନ କରିଥିବା ହେତୁ ୧୦ ରନରେ ପରାଜୟ ଭୋଗିଛି ।
ଆଜି ପ୍ରଥମ ଟସ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳ ପାଇଁ ଶୁଭମନ ଗିଲ୍ ଓ ନିତିଶ ରାଣା ଇଂନିସ ଓପନ କରିଥିଲେ । ନିତିଶ ରାଣା ଆରମ୍ଭରୁ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ହେଲେ ଗିଲ୍ କିନ୍ତୁ ମାତ୍ର ୧୫ ରନ କରି ପ୍ୟାଭିଲିୟନ ଫେରିଥିଲେ । ଏହାପରେ ରାହୁଲ ତ୍ରିପାଠୀଙ୍କ ସହ ମିଶି ରାଣା ରନର ଗତି ଆଗକୁ ବଢାଇଥିଲେ । ଏହାପରେ ରାହୁଲ ୫୩ ରନ କରି ଆଉଟ୍ ହୋଇଥିଲେ । ହେଲେ ରାଣା ନିଜ ଇଂନିସକୁ ଆଗକୁ ବଢାଇଥିଲେ । ବ୍ୟକ୍ତିଗତ ୮୦ ରନ କରି ରାଣା ଆଉଟ୍ ହୋଇଥିଲେ ।
ଅନ୍ୟପଟେ ହାଇଦ୍ରାବାଦ ଭଲ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ହେଲେ ମଧ୍ୟମକ୍ରମରେ ମନିଷ ପାଣ୍ଡେ, ବେୟୋରେଷ୍ଟୋଙ୍କ ଉପଯୋଗୀ ଇଂନିସ ହେତୁ ଦଳ ୧୭୭ ରନ କରିବାକୁ ସକ୍ଷମ ହୋଇଥିଲା । ହେଲେ ବିଜୟଠୁ ଦଳ ମାତ୍ର ୧୦ ରନ ପଛରେ ପଡିଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/EytdpNMU8AU35GZ.jpg)