କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ କୋଲକାତା ଓପନର ଶୁଭମନ ଗିଲ ଦମଦାର ବ୍ୟାଟିଂ କରିଛନ୍ତି । ଗିଲଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ଏହି ମ୍ୟାଚରେ ୧୭୧ ରନ କରିବାରେ ସଫଳ ହୋଇଛି । ଫଳରେ ଏବେ ରାଜସ୍ଥାନ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଏବେ କୋଲକାତା ବୋଲରଙ୍କୁ ସାମ୍ନା କରିଥିଲେ ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା କୋଲକାତା ଦଳ । ଦଳ ଆରମ୍ଭରୁ ଭଲ ଆରମ୍ଭ କରିଥିଲା । ଦଳ ପକ୍ଷରୁ ଶୁଭମନ ଗିଲ ୫୬, ଭେଙ୍କଟେଶ ୩୮ ଓ ରାହୁଲ ତ୍ରିପାଠୀ ୨୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ କରିପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/FBGpd_JUcAsMmq4.jpg)