କନକ ବ୍ୟୁରୋ: ସରକାରୀ ସ୍କୁଲ ପରିସରରେ କିଚେନ ଗାର୍ଡେନ । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତଟକା ପନିପରିବା ଦେବା ପାଇଁ ଜଣେ ଶିକ୍ଷକ ତିଆରି କରିଛନ୍ତି ପନିପରିବା ବଗିଚା । କେବଳ ପନିପରିବା ନୁହେଁ, ବିଭିନ୍ନ ପ୍ରକାରର ଫୁଲ ଓ ଔଷଧିୟ ଗଛ ଲଗାଇଛନ୍ତି ସୁବର୍ଣ୍ଣପୁରର ଜଣେ ଶିକ୍ଷକ ।
ବିଭିନ୍ନ ପ୍ରକାର ଫୁଲଗଛ ଭିତରେ ଅଛି ପନିପରିବା ଗଛ । ଦୁଇ ଡିସିମିଲି ଜାଗାରେ ଖୁବ୍ ସୁନ୍ଦର ପରିବେଶ । ଏହା କୌଣସି ଚାଷୀର ବଗିଚା ନୁହେଁ ଏହା ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ପିପିଲିକାନୀ ସରକାରୀ ପ୍ରଥାମିକ ବିଦ୍ୟାଳୟ ପରିସର । ସ୍କୁଲର ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡାଙ୍କ ନିଜସ୍ୱ ଉଦ୍ୟମରେ ଏହାକୁ କରିଛନ୍ତି । ଏହି କିଚେନ ଗାର୍ଡେନରୁ ବାହାରୁ ଥିବା ପନିପରିବାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଏ । ଆଉ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଏ ।
ପିପିଲିକାନୀ ସରକାରୀ ପ୍ରଥାମିକ ବିଦ୍ୟାଳୟରେ ମୋଟ ୩୦ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କୁ ପାଠ ପଢାଉଛନ୍ତି ୨ ଜଣ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ସହ ସ୍କୁଲରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ କରାଯାଏ । ପ୍ରଧାନ ଶିକ୍ଷକଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ବିଦ୍ୟାଳୟ ଶିକ୍ଷାର ମନ୍ଦିର କୁହାଯାଏ । ଶିଶୁଟିର ସୁନ୍ଦର ଜୀବନ ଗଠନ ଦିଗରେ ବିଦ୍ୟ।।ଳୟ ଓ ଶିକ୍ଷକଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ।