କନକ ବ୍ୟୁରୋ: ସାପ ଫଣା ସହ ଚୁମା ଭିଡିଓ ଭାଇରାଲ ପ୍ରସଙ୍ଗରେ କନକ ନ୍ୟୁଜରେ ଭୁଲ ମାଗିଛନ୍ତି ଭିଡିଓ ଅପଲୋଡ କରିଥିବା ଯୁବକ । ଭୁଲକୁ ସ୍ୱୀକାର କରିଥିବା ବେଳେ ଆଉ ଏପରି ଭୁଲ କରିବିନି ବୋଲି କହିଛନ୍ତି ଭିଡିଓ ଅପଲାଡ କରିଥିବା ରୋହିିତ ମେହେର ।
ତେବେ ସଉକ ପାଇଁ ସାପ ସହ ଭିଡିଓ ବନାଇଥିଲେ , କିନ୍ତୁ ଅପରାଧ ବୋଲି ଜାଣିବା ପରେ ଡିସେମ୍ବର ମାସରୁ ଭିଡିଓ ଅପଲୋଡ କରିବା ବନ୍ଦ କରିଦେଇଥିବା କହିଛନ୍ତି ରୋହିତ । ସେ ଭୁଲ କରିଛନ୍ତି ଏବଂ ଯାହା ଦଣ୍ଡବିଧାନ କରାଯିବ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ଭିଡିଓ ସୁଟିଂ ପରେ ସାପକୁ ଛାଡିଦେଇଥିଲେ । ଅର୍ଥ ରୋଜଗାର କରିବା ଉଦ୍ଦେଶ୍ୟରେ ସେ ଏହି ଭିଡିଓ କରିନଥିଲେ ଏବଂ ଭିଡିଓରେ ଥିବା ଝିଅ ମାନେ ତାଙ୍କ ଭଉଣୀ ବୋଲି ରୋହିତ କହିଛନ୍ତି ।
ଏ ଦୃଶ୍ୟ ଦେଖିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ କିନ୍ତୁ ଏହା ହିଁ ବାସ୍ତବତା । ଦେଖନ୍ତୁ ଏହି ଭିଡିଓକୁ । କେମିତି ଏକ ସାପ ଫଣାରେ ଚୁମା ଦେଇଚାଲିଛନ୍ତି କିଛି ଯୁବତୀ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୀବନକୁ ବାଜି ଲଗେଇ ଭିଡିଓ କରିଛନ୍ତି ଯୁବତୀ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ସାପକୁ ସଂରକ୍ଷିତ ଘୋଷିତ କରାଯାଇଛି । କିନ୍ତୁ ଏହି ଯୁବତୀମାନେ ଏପରି ଭିଡିଓ ସୁଟିଂ କରିବା ପଛର ଉଦ୍ଦେଶ୍ୟ ଅର୍ଥ ଉପାର୍ଜନ ବୋଲି ଅଭିଯୋଗ ହୋଇଥିଲା ।
Follow Us
/kanak/media/post_attachments/wp-content/uploads/2019/07/Screen-Shot-2019-07-19-at-12.07.20-PM-300x225.png)