କନକ ବ୍ୟୁରୋ: ଅକାଳରେ ବାପାଙ୍କ ମୃତ୍ୟୁ ହେବା ପରେ ହଠାତ୍ ମା’ ପକ୍ଷାଘାତର ଶିକାର ହେଲେ। ଏମିତି ପରିସ୍ଥିତିରେ ୬ଭଉଣୀଙ୍କ ପାଠପଢ଼ା ଅଧାରୁ ବନ୍ଦ ହୋଇଗଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ୬ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ।

Advertisment

publive-image

ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ୍ ସରସରାବଲାଙ୍ଗ ପଞ୍ଚାୟତ ଅଧୀନ ସରଗିଡ଼ିହି ଗ୍ରାମର ମନବୋଧ କିଷାନଙ୍କର ଗତ ୫ବର୍ଷ ପୂର୍ବେ ମୃତ୍ୟୁ ଘଟିଥିଲା। ବିଧବା ସ୍ତ୍ରୀ ଝଅି ମାନଙ୍କୁ ବହୁ କଷ୍ଟରେ ପାଳୁ ଥିବାବେଳେ ଗତ ୩ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଲେ। ପକ୍ଷାଘାତ ରୋଗିଣା ମା’ଙ୍କ ସମେତ ଅନ୍ୟ ୫ ଭଉଣୀଙ୍କୁ ଚଳାଇବା ପାଇଁ ବଡ଼ ଭଉଣୀ ଶୁକମଣି ଶେଷରେ ମୂଲ ଲାଗିବାକୁ ବାଧ୍ୟ ହୋଇଥିଲେ। ଏହି ଖବର ଜାଣିବା ପରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ଡକାଇଥିଲେ। କିସ୍ ପ୍ରତିନିଧିଙ୍କ ସହଯୋଗରେ ସ୍ବର୍ଗତ ମନବୋଧଙ୍କ ଝିଅମାନେ କିସ୍ରେ ପହଞ୍ଚିବା ପରେ ଶ୍ରୀ ସାମନ୍ତ ସେମାନଙ୍କ ସଂପର୍କରେ ପଚାରି ବୁଝିଥିଲେ।

publive-image

ସେମାନଙ୍କ ପରିବାରର କିଭଳି ଥଇଥାନ ହୋଇପାରିବ ସେ ନେଇ ଶ୍ରୀ ସାମନ୍ତ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଅଭାବ ଓ ଅନଟନରେ ପାଠ ପଢ଼ି ପାରୁନଥିବା ୪ଝିଅଙ୍କର କିସ୍ରେ ନାମ ଲେଖାଇଛନ୍ତି। ସେମାନଙ୍କ ମଧ୍ୟରୁ ସୁମିତା ୮ମ, ଫୁଲତୁଳି ୭ମ, ବେବୀ ୪ର୍ଥ ଏବଂ ଦେବିନୀ ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ିବେ। ବଡ଼ ଝିଅ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ନାବାଳିକା। ତେଣୁ ତାଙ୍କୁ ନିଯୁକ୍ତି ଦେବା ସମ୍ଭବ ହୋଇନଥିବାରୁ ତାଙ୍କ ପରିବାରକୁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ମାସିକ ୫ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯିବ। ଗାଁରେ ଘର ତିଆରି ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି।