ରାସ୍ତାରେ ପରିବା ଢ଼ାଳିଲେ ଚାଷୀ : କହିଲେ, ନାହିଁ ଶୀତଳ ଭଣ୍ଡାର; ନଷ୍ଟ ହେଉଛି ପରିବା

62

କନକ ବ୍ୟୁରୋ : ପରିବା ଢାଳି ପ୍ରତିବାଦ । ଅଭାବି ବିକ୍ରି ପ୍ରତିବାଦରେ ରାଜରାସ୍ତାରେ ପରିବା ଢାଳି ପ୍ରତିବାଦ କରିଛନ୍ତି ଚାଷୀ । ପନିପରିବାର ଅଭାବି ବିକ୍ରି ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ପରିବା ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବାଚାଷୀ ଚାଷ କରିଛନ୍ତି, ହେଲେ ଅମଳ ପରେ ନିଜର ପରିଶ୍ରମର ଉପଯୁକ୍ତ ମୁଲ୍ୟ ପାଇପାରୁନାହାଁନ୍ତି ।

ତେଣୁ ଆଜି ସୋହେଲା ବ୍ଲକ ଦଶମାଇଲି ଛକର ଜାତୀୟ ରାଜପଥରେ ନିଜ ଉତ୍ପାଦିତ ପନିପରିବା ଢାଳି ଅଭିନବ ପ୍ରତିବାଦ କରିଛନ୍ତି ଜୟ କିଶାନ ଆନ୍ଦୋଳନ କୃଷକ ସଂଗଠନ । ବରଗଡ଼ରେ ଧାନ ଉତ୍ପାଦନ ସହ ପ୍ରଚୁର ପରିମାଣରେ ପରିବା ଚାଷ ହେଉଛି । ଜିଲ୍ଳାରେ ଶିତଳଭଣ୍ଡାର ନଥିବାରୁ ଚାଷୀ ବହୁ ସମସ୍ୟାର ଶିକାର ହେଉଛନ୍ତି । ସରକାର ଆରଏମସି ଜରିଆରେ ପରିବାର ସହାୟକ ମୁଲ୍ୟ ନିର୍ଦ୍ଧାରଣ କରି ତାର ବିକ୍ରୟ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଚାଷୀ ।