ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କରୋନା କଟକଣା ଭିତରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ ରଥଯାତ୍ରା ନେଇ ଆଲୋଚନା, ଜିଲ୍ଲାପାଳଙ୍କ ଉପସ୍ଥିିତିରେ ଅଧଘଣ୍ଟାର ରୁଦ୍ଧଦ୍ୱାର ବିଚାରବିମର୍ଶ ।

Advertisment
ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କରୋନା କଟକଣା ଭିତରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ ରଥଯାତ୍ରା ନେଇ ଆଲୋଚନା, ଜିଲ୍ଲାପାଳଙ୍କ ଉପସ୍ଥିିତିରେ ଅଧଘଣ୍ଟାର ରୁଦ୍ଧଦ୍ୱାର ବିଚାରବିମର୍ଶ ।

କନକ ବ୍ୟୁରୋ: କରୋନା କଟକଣା ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ଚନ୍ଦନ ଯାତ୍ରା । ଏନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । ବନ୍ଦ କୋଠରୀରେ ରଥଯାତ୍ରା ଏବଂ ଚନ୍ଦନ ଯାତ୍ରାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ।

ସବୁଠାରୁ ବଡ଼ କଥା ହେଲା, ଆଗକୁ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ହେବାକୁ ଥିବାବେଳେ ବିଶ୍ୱବାସୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଭିତରେ କିଭଳି ଶ୍ରୀଜିଉଙ୍କ ନୀତିକାନ୍ତି ଆୟୋଜନ କରାଯିବ ସେନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳ । ଏପରିକି ପ୍ରାୟ ଅଧଘଂଟା ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି । ତେବେ କେମିତି ଶ୍ରୀଜିଉଙ୍କ ପର୍ବ ପାଳନ କରାଯିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe