ରାଜସ୍ଥାନର “ପଗଡ଼ି ରାଜା” : ଆଖି ପିଛୁଳାକେ ୧୩୫ ପ୍ରକାର ପଗଡ଼ି ବାନ୍ଧି ରେକର୍ଡ କରିଛନ୍ତି ରାଜସ୍ଥାନର ଏହି ପଗଡି କିଙ୍ଗ୍ ।

154

ରାଜସ୍ଥାନର ପରିଚୟ ହେଉଛି ପଗଡି । ଏଠାରେ ବିଭିନ୍ନ ରଙ୍ଗ ବେରଙ୍ଗର ପଗଡି ଦେଖିବାକୁ ମିଳେ । ଏଠାକାର ବାସିନ୍ଦାଙ୍କ ପାଇଁ ଆନ-ବାନ-ଶାନ ହେଉଛି ପଗଡି । ଯାହାକି ସାରା ଦୁନିଆକୁ ଆକର୍ଷିତ କରିଥାଏ । ବିକାନେରରେ ଜଣେ ଏଭଳି କଳାକାର ଅଛନ୍ତି, ଯିଏକି ପଗଡି ବାନ୍ଧିବା କଳାରେ ନିପୁଣ ଅଟନ୍ତି ।

ରାଜସ୍ଥାନ ହେଉଛି ରଙ୍ଗ ଓ ପରମ୍ପରାର ସହର । ଏଠାକାର ରଙ୍ଗ ବେରଙ୍ଗ ପଗଡି ରୟାଲ ରାଜସ୍ଥାନର ପ୍ରତୀକ ହୋଇଥାଏ । ରାଜା ମହାରାଙ୍କ ସମୟରୁ ପଗଡିର ଏକ ମହ ତ୍ତ୍ୱ ରହିଥିଲା । ଆଜି ମଧ୍ୟ ବିଭିନ୍ନ ପର୍ବପର୍ବାଣୀ ଓ ବିବାହ ଉତ୍ସବରେ ଲୋକ ଏହାକୁ ଗର୍ବର ପ୍ରତୀକ ରୂପେ ପିନ୍ଧନ୍ତି । କିନ୍ତୁ ଏହି ପଗଡି ଗୁଡିକୁ ସୁନ୍ଦର ରୂପ ଓ ରଙ୍ଗ ଦିଅନ୍ତି କଳାକାର । ଏମିତି ଏକ କଳାକାର ଅଛନ୍ତି ଯାହାଙ୍କ ନାଁ ହେଉଛି କିଶନ ଚନ୍ଦ୍ର ପୁରୋହିତ । କିଶନ ୧୩୫ ପ୍ରକାରର ପଗଡି ବାନ୍ଧିବାରେ ନିପୁଣ ଅଛନ୍ତି । ଯେମିତି ବି ପଗଡି ହେଉ ଆଖି ପିଛୁଳାକେ ବାନ୍ଧି ପକାନ୍ତି । ତାଙ୍କୁ ‘ପଗଡି କିଙ୍ଗ’ ନାମରେ ସମସ୍ତେ ଜାଣନ୍ତି । ଏକ ମିନିଟରେ ଗୋଟିଏ ପଗଡି ବାନ୍ଧିବାର ରେକର୍ଡ କିଶନଙ୍କ ନାଁରେ ଅଛି ।

ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ୟ୍ୟନ୍ତ ସମସ୍ତେ ମୁଣ୍ଡରେ ରଙ୍ଗ ବେରଙ୍ଗର ପଗଡି ପରିଧାନ କରିଥାନ୍ତି । ଖାସ କରି ଦୂର ଦୂରରୁ ବର ନିଜ ବିବାହରେ ପଗଡି ବାନ୍ଧିବାକୁ କିଶନଙ୍କ ନିକଟକୁ ଆସିଥାନ୍ତି । ଏଭଳି ପ୍ରତିଭା ପାଇଁ ତାଙ୍କୁ ଅନେକ ଥର ସମ୍ମାନିତ ମଧ୍ୟ କରାଯାଇଛି । କିଶନ କୁହନ୍ତି, ରାଜସ୍ଥାନର ଏହି ପରମ୍ପରାକୁ ବଞ୍ଚାଇବା ପାଇଁ ସେ ସବୁବେଳେ ନୂଆ ନୂଆ କୌଶଳ ଆପଣାଇଥାନ୍ତି ।