ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି ଲକ୍ଷ ଲକ୍ଷ ଚାଷୀ । ଜାଣନ୍ତୁ କ’ଣ ରହିଛି ଦାବି

251

କନକ ବ୍ୟୁରୋ : ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଦାବି ସହ ଅନେକ ଦାବି ନେଇ ପଞ୍ଜାବ, ହରିଆଣା ଓ ଅନ୍ୟ ରାଜ୍ୟର ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହାକୁ ନେଇ ଦିଲ୍ଲୀ ପୋଲିସ ତରଫରୁ ଦିଲ୍ଲୀର ସମସ୍ତ ସୀମା ସିଲ କରାଯାଇଛି । କୃଷକଙ୍କ ଦିଲ୍ଲୀ ଚଲୋକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଏହାରି ମଧ୍ୟରେ ଖବର ଆସିଛି କି ସରକାରଙ୍କ ତରଫରୁ କୃଷକଙ୍କ ଥିବା ୧୩ଟି ଦାବି ମଧ୍ୟରୁ ୧୦ ଟି ଦାବି ମାନି ନେଇଛନ୍ତି ।

କୃଷକନେତାଙ୍କ ସହ କେନ୍ଦ୍ର ସରକାରଙ୍କ ୨ ପର୍ଯ୍ୟାୟ ବୈଠକ ପରେ ସରକାର କୃଷକଙ୍କର ୧୦ଟି ଦାବି ମାନି ନେଇଛନ୍ତି । ଏହାସହ ବାକି ୩ଟି ଦାବି ଉପରେ ସରକାର ବିଚାରବିମର୍ଶ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଏବେ ଆସନ୍ତୁ ଜାଣିବା କ’ଣ ରହିଛି କୃଷକଙ୍କର ଦାବି…

  • ସମସ୍ତ ଫସଲକୁ ସର୍ବନିମ୍ନ ସହାୟକ ଦରରେ ସରକାର କିଣିବାକୁ ଗ୍ୟାରେଣ୍ଟି ଦିଅନ୍ତୁ
  • ଡାକ୍ତର ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟ ଆଧାରରେ ଫସଲର ମୂଲ୍ୟ ଧାର୍ଯ୍ୟ କରାଯାଉ
  • କୃଷକ ଓ କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କର ଋଣ ଛାଡ କରାଯାଉ
  • ୬୦ ବର୍ଷରୁ ଅଧିକ କୃଷକଙ୍କୁ ମାସିକ ୧୦ ହଜାର ଟଙ୍କା ପେନସନ୍ ପ୍ରଦାନ କରାଯାଉ
  • ୨୦୧୩ ଭୂମି ଅଧିଗ୍ରହଣ ଆଇନକୁ ଲାଗୁ କରାଯାଉ
  • ୠକ୍ଷ୍ମୀପୁର ଖେରୀ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଉ
  • ମୁକ୍ତ ବ୍ୟବସାୟ ଚୁକ୍ତି ଉପରେ ପ୍ରତିବନ୍ଧକ ଲଗାଯାଉ
  • ବିଦ୍ୟୁତ ସଂଶୋଧନ ବିଧେୟକ ୨୦୨୦ ରଦ୍ଦ କରାଯାଉ
  • ମନରେଗାରେ ବାର୍ଷିକ ୨୦୦ ଦିନର କାମ ଓ ସର୍ବନିମ୍ନ ମଜୁରୀ ୭୦୦ ଟଙ୍କା ପ୍ରଦାନ କରାଯାଉ
  • କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ସହାୟତା ଓ ସରକାରୀ ଚାକିରୀ ପ୍ରଦାନ କରାଯାଉ ।
  • ନକଲି ବିହନ, ସାର ଓ କୀଟନାଶକ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
  • ଲଙ୍କା, ହଳଦୀ ଓ ଅନ୍ୟ ମସଲାଜାତୀୟ କୃଷି ପାଇଁ ରାଷ୍ଟ୍ରୀୟ ଆୟୋଗ ଗଠନ କରାଯାଉ
  • ସମ୍ବିଧାନର ଧାରା ୫ ଲାଗୁ କରାଯାଇ ଆଦିବାସୀଙ୍କ ଜମି ଲୁଟ୍ ବନ୍ଦ କରାଯାଉ