କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଡେରାସ ନିକଟ ଗିରିଙ୍ଗପୁଟ ଗାଁ ଓ ଏହାର ନିକଟବର୍ତି ଅଂଚଳରେ ବେଆଇନ ଜମି ଜବରଦଖଲ ନେଇ ପ୍ରେସମିଟ୍ କରି ବର୍ଷିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନାଲ ଅବରୋଧ ଯୋଗୁଁ ୩୦୦ ଏକର ଚାଷଜମିକୁ ପାଣି ଯାଉନଥିବା ଅଭିଯୋଗ କରି ଗାଁ ଲୋକଙ୍କ ସହ ମିଶି କେନାଲ ଖୋଳିବା ସହ ପ୍ରଶାସନକୁ ୩ ଦିନର ମହଲତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା । ଜମି ମାପଚୁପ ପାଇଁ ଯାଇଥିଲେ ଭୁବନେଶ୍ୱର ତହସିଲଦାର । କିନ୍ତୁ ଏହାରି ଭିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଓକିଲଙ୍କ ଜରିଆରେ ଲିଗାଲ୍ ନୋଟିସ ଜାରି କରିଛନ୍ତି କିରୁଥିକା ପ୍ରଭାକରନ । ସାଂସଦ ଅପରାଜିତା ତାଙ୍କ ଜମିରେ ଜୋରଜବରଦସ୍ତି ବେଆଇନ ଭାବେ ପ୍ରବେଶ କରିଥିବା ତାଙ୍କ ଓକିଲ ଦର୍ଶାଇଛନ୍ତି । ଏଥିପାଇଁ ସାର୍ବଜନୀନ କ୍ଷମା ମାଗିବାକୁ ତାଙ୍କ ଓକିଲ ଦାବି କରିଛନ୍ତି ।

Advertisment

ଅପରାଜିତାଙ୍କୁ ଲିଗାଲ୍ ନୋଟିସ୍
କିରୁଥିକା ପ୍ରଭାକରନ୍ ଜଣେ ମହିଳା ଉଦ୍ୟୋଗୀ
କୃଷିଭିତ୍ତିକ ବ୍ୟବସାୟ ସହ ଜଡ଼ିତ
ଗିରିଙ୍ଗପୁଟ ଓ ଭଗବତୀପୁର ଅଂଚଳରେ ତାଙ୍କର ଜମି ରହିଛି
ଜମି କାଗଜପତ୍ର ଯାଂଚ କରି ଜମି କିଣାଯାଇଛି
ଭୁବନେଶ୍ୱର ସାଂସଦ ଜମି ଜବରଦଖଲକାରୀ, ଗୁଣ୍ଡା, ଦଲାଲ, ବାହାର ତାମିଲବାସୀ ବୋଲି ଅପଶବ୍ଦ ବ୍ୟବହାର କରିଛନ୍ତି
ପ୍ରେସମିଟ୍ କରି ଦେଇଥିବା ବିବୃତି ଯୋଗୁଁ ତାଙ୍କର ଓ ତାଙ୍କ ପରିବାରର ମର୍ଯ୍ୟଦାହାନୀ ହୋଇଛି
୪୮ ଘଂଟା ମଧ୍ୟରେ ନିସର୍ତ୍ତ କ୍ଷମା ନମାଗିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ

ଲିଗାଲ୍ ନୋଟିସ୍ ପାଇବା ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅପରାଜିତା । ଏକାଧିକ ପ୍ରଶ୍ନ କରିବା ସହ କିଏ କ୍ଷମା ମାଗିବା ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅପରାଜିତାଙ୍କ ପାଲଟା ପ୍ରଶ୍ନ
ଚନ୍ଦକା ଅଂଚଳରେ ବେଆଇନ ଘେରାବନ୍ଦୀ ଏବଂ ଅବରୋଧ କରାଯାଇଛି
ସରକାରୀ କେନାଲକୁ ପୋତି ଦିଆଯାଇଛି
ଯାହା ଦ୍ୱାରା ୩୦୦ ଏକର ଚାଷଜମି ବିଗତ ଦୁଇ ବର୍ଷ ହେଲା ଚାଷ ହୋଇପାରୁନାହିଁ
୧୫୦ ଏକର ଅଂଚଳରେ ଏମଆଇପି କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଓ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ରହିଛି
ଯାହାକୁ ମୁକ୍ତ କରିବା ଦରକାର
‘ପାଣ୍ଡିଆନ୍ ପ୍ରକଳ୍ପ’ କହି ସରକାରଙ୍କ ଭୟ ସୃଷ୍ଟି କରାଯାଉଥିବା ସ୍ପଷ୍ଟ ଭାବେ କହୁଛନ୍ତି ଲୋକ
ଯିଏ ଜମି ମାଡି ବସିଛନ୍ତି ସିଏ କ୍ଷମା ମାଗିବେ ନା’ ମୁଁ?
ପ୍ରଭାବଶାଳୀ ମହିଳାଙ୍କ ଦ୍ୱାରା ଅଳ୍ପ ଜମି କିଣି ପାରିପାଶ୍ୱର୍ ଜମି ମାଡ଼ିବସିବା ଅଭିଯୋଗ ପାଇଁ କିଏ କ୍ଷମା ମାଗିବା ଦରକାର?
କିରୁଥିକା ପ୍ରଭାକରନ୍ ନା’ ମୁଁ?