ଧାନ ନିଅ କିରୋସିନ୍ ଦିଅ : ବଜାରରେ ଖୁଚୁରା ପଇସା ଅଭାବରୁ କାଶିବାହାଲରେ ଦେଖାଦେଇଛି ଏଭଳି ସ୍ଥିତି

34

କଳାହାଣ୍ଡି : ଧାନ ନିଅ କିରୋସିନ୍ ଦିଅ । ବଜାରରେ ଖୁଚୁରା ପଇସାର ଅଭାବରୁ ଦେଖାଦେଇଛି ଏଭଳି ସ୍ଥିତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କାଶିବାହାଲରେ ଆଜି ଲୋକଙ୍କୁ କିରୋସିନ୍ ବଂଟନ କରାଯାଉଥିଲା । ତେବେ ଲୋକଙ୍କ ପାଖରେ ଖୁଚୁରା ଟଂକା ନଥିଲା । ଫଳରେ ଲୋକେ ନିଜ ଉତ୍ପାଦିତ ଧାନ ଧରି ପଂଚାୟତ କାର୍ଯ୍ୟାଳୟରେ ପଂହଚିଥିଲେ ।

ଧାନ ବଦଳରେ କିରୋସିନ୍ ଦେବାକୁ ଦାବି କରିଥିଲେ । ତେବେ ଏଥିରେ ଅମଂଗ ହେବାରୁ ସରପଂଚକୁ ଘେରିଯାଇଥିଲେ ଗ୍ରାମବାସୀ । ଏପରିକି ତାଂକୁ ଏକ କଠୋରୀରେ ବନ୍ଦ କରିଦେଇଥିଲେ । ପରେ ବିଡିଓ ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ । ଲୋକଙ୍କୁ ବୁଝାସୁଝା କରିବା ପରେ ସରପଂଚଙ୍କୁ ମୁକ୍ତି ମିଳିଥିଲା । ସରକାରଙ୍କ ବିମୁଦ୍ରାକରଣ ଘୋଷଣା ପରେ ସଂଗୀନ ହୋଇପଡିଛି ସ୍ଥିତି । ଲୋକଙ୍କ ପାଖରେ ଟଙ୍କାର ଘୋର ଅଭାବ ଦେଖାଦେଇଛି । ଆଉ ଏହି ଘଟଣା ହେଉଛି ତାର ପ୍ରତିବାଦ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –