କନକ ବ୍ୟୁରୋ: ମନି ଲଣ୍ଡ୍ରିଙ୍ଗ ମାମଲାରେ ମହାରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହେବା ପରେ ଏବେ ତାଙ୍କ ପୁଅ ଋଷିକେଶ ଦେଶମୁଖଙ୍କୁ ସମନ ଜାରି କରିଛି ଇଡି । ତାଙ୍କୁ ଆଜି ପଚରାଉଚୁରା ପାଇଁ ସମନ ଜାରି ହୋଇଛି । ଅନ୍ୟପଟେ ଅନିଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଥିବାବେଳେ ଏନସିପିକୁ  ଟାର୍ଗେଟ କରିଛି ବିଜେପି । ଏହି ମାମଲାରେ ବିଜେପି ନେତା କିରୀଟ ସୋମୈୟା ଶିବସେନା ଓ ଏନସିପି ଉପରେ ନିଶାନା ସାଧିଛନ୍ତି । ଅର୍ଥ ହେରଫେର କରି ଦେଶମୁଖ ତ ଗିରଫ ହୋଇଛନ୍ତି  । ଏବେ ଅନ୍ୟ ନେତାଙ୍କ ପାଳି’  । ଏହି ମାମଲାରେ ଅନିଲଙ୍କ ପୁଅ , ଜ୍ୱାଇଁଙ୍କ ସମ୍ପର୍କ ରହିଛି । କେବଳ ଏତିକି ନୁହେଁ ଅନିଲ ବେଆଇନ ଅର୍ଥକୁ ଏନସିପି ଓ ଶିବସେନା ନେତାଙ୍କ ପାଖରେ ମଧ୍ୟ ପହଞ୍ଚାଉଥିଲେ’ ବୋଲି ଆୟୋଜିତ ସମ୍ମିଳନୀରେ କହିଛନ୍ତି କିରୀଟ ସୋମୈୟା ।

Advertisment

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ (ଇଡି) ଗତକାଲି ବିଳମ୍ବିତ ରାତିରେ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା । ‌ଗତକାଲି ଜେରା ପାଇଁ ସେ ଇଡିରେ ହାଜର ହୋଇଥିଲେ। ୧୨ ଘଣ୍ଟାର ଜେରା ପରେ ତାଙ୍କୁ ଇଡି ଗିରଫ କରିଥିଲା ଏବଂ ସୋମବାର ଇଡି ଦ୍ବାରା ତାଙ୍କୁ ମୁମ୍ବାଇ ସ୍ବତନ୍ତ୍ର କୋର୍ଟରେ ହ‌ାଜର କରାଯାଇଥିଲା । ଇଡି ଦେଶମୁଖଙ୍କୁ ୧୪ ଦିନ ରିମାଣ୍ଡରେ ନେବାପାଇଁ ଚାହିଥିଲା। କିନ୍ତୁ କୋର୍ଟ ଆସନ୍ତା ୬ ତାରିଖ ପର୍ୟ୍ୟନ୍ତ ଦେଶମୁଖଙ୍କୁ ରିମାଣ୍ଡରେ ନେବା ପାଇଁ ଅଦାଲତ ଇଡିକୁ ଅନୁମତି ଦେଇଛନ୍ତି।

ପୂର୍ବରୁ ତାଙ୍କୁ ୪ ଥର ସମନ୍‌ କରାଯାଇଥିଲା। କିନ୍ତୁ କୌଣସି ଥର ସେ ହାଜର ହୋଇନଥିଲେ। ଦେଶମୁଖ୍‌ଙ୍କୁ ଜାରି ହୋଇଥିବା ସମନ୍‌ ନୋଟିସ୍‌ ରଦ୍ଦ କରିବାପାଇଁ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିବାବେଳେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାର ୩ ଦିନ ପରେ ସେ ଇଡିରେ ହାଜର ହୋଇଥିଲେ। ଗତକାଲି ଅପରାହ୍ନରେ ଦେଶମୁଖ ଇଡିରେ ହାଜର ହେବା ଘଟଣାରେ ଇଡି ଅଧିକାରୀମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ସେ ଇଡିରେ ହାଜର ହେବା ପରେପରେ ତାଙ୍କୁ ଜେରା କରାଯାଇଥିଲା। ୧୨ ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା।