କୌଣସି ଭୁଲ ପାଇଁ ନୁହେଁ... ଅଦଳବଦଳ ଏକ ପ୍ରକ୍ରିୟା। ଆଇନ ମନ୍ତ୍ରାଳୟ ଯିବାପରେ ପ୍ରତିକ୍ରିୟା ରଖିଲେ କିରଣ ରିଜିଜୁ

Advertisment
କୌଣସି ଭୁଲ ପାଇଁ ନୁହେଁ... ଅଦଳବଦଳ ଏକ ପ୍ରକ୍ରିୟା। ଆଇନ ମନ୍ତ୍ରାଳୟ ଯିବାପରେ ପ୍ରତିକ୍ରିୟା ରଖିଲେ କିରଣ ରିଜିଜୁ

କନକ ବ୍ୟୁରୋ: କେନ୍ଦ୍ର ଆଇନ ମନ୍ତ୍ରୀ ପଦରୁ ହଟିବା ପରେ କିରଣ ରିଜିଜୁ ଭୂ-ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ କ୍ୟାବିନେଟରେ ଅଦଳବଦଳକୁ ନେଇ ସେ ଉତ୍ତର ରଖିଛନ୍ତି । ସେ କହିଛନ୍ତି କୌଣସି ଭୁଲ ପାଇଁ ନୁହେଁ ବରଂ ଏହା ଏକ ପ୍ରକ୍ରିୟା । ପ୍ରଧାନମନ୍ତ୍ରୀ ମୋଦୀ ଭାବିଚିନ୍ତି କାହାକୁ କେଉଁ ଦାୟିତ୍ୱ ଦେଲେ କାମ ହେବ ସେ ଅନୁସାରେ ଅଦଳବଦଳ କରିଛନ୍ତି।

ଅରୁଣାଚଳପ୍ରଦେଶରୁ ସାଂସଦ ଥିବା କିରଣ ରିଜିଜୁଙ୍କୁ ୨୦୨୧ରେ କ୍ୟାବିନେଟ ସମ୍ପ୍ରସାରଣ ବେଲେ ଆଇନ ମନ୍ତ୍ରୀ କରାଯାଇଥିଲା । ତେବେ ଗୁରୁବାର ତାଙ୍କ ପାଖରୁ ଏହି ମନ୍ତ୍ରାଳୟର ଭାର କାଢିନିଆଯାଇ ଭୂ-ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କ ସ୍ଥାନରେ ଅର୍ଜୁନରାମ ମେଘୱାଲ ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ସେହିଭଳି ଏସପି ସିଂହ ବଘେଲଙ୍କ ମନ୍ତ୍ରାଳୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ସେ ଆଇନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe