କୌଣସି ଭୁଲ ପାଇଁ ନୁହେଁ… ଅଦଳବଦଳ ଏକ ପ୍ରକ୍ରିୟା। ଆଇନ ମନ୍ତ୍ରାଳୟ ଯିବାପରେ ପ୍ରତିକ୍ରିୟା ରଖିଲେ କିରଣ ରିଜିଜୁ

155

କନକ ବ୍ୟୁରୋ: କେନ୍ଦ୍ର ଆଇନ ମନ୍ତ୍ରୀ ପଦରୁ ହଟିବା ପରେ କିରଣ ରିଜିଜୁ ଭୂ-ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ କ୍ୟାବିନେଟରେ ଅଦଳବଦଳକୁ ନେଇ ସେ ଉତ୍ତର ରଖିଛନ୍ତି । ସେ କହିଛନ୍ତି କୌଣସି ଭୁଲ ପାଇଁ ନୁହେଁ ବରଂ ଏହା ଏକ ପ୍ରକ୍ରିୟା । ପ୍ରଧାନମନ୍ତ୍ରୀ ମୋଦୀ ଭାବିଚିନ୍ତି କାହାକୁ କେଉଁ ଦାୟିତ୍ୱ ଦେଲେ କାମ ହେବ ସେ ଅନୁସାରେ ଅଦଳବଦଳ କରିଛନ୍ତି।

ଅରୁଣାଚଳପ୍ରଦେଶରୁ ସାଂସଦ ଥିବା କିରଣ ରିଜିଜୁଙ୍କୁ ୨୦୨୧ରେ କ୍ୟାବିନେଟ ସମ୍ପ୍ରସାରଣ ବେଲେ ଆଇନ ମନ୍ତ୍ରୀ କରାଯାଇଥିଲା । ତେବେ ଗୁରୁବାର ତାଙ୍କ ପାଖରୁ ଏହି ମନ୍ତ୍ରାଳୟର ଭାର କାଢିନିଆଯାଇ ଭୂ-ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କ ସ୍ଥାନରେ ଅର୍ଜୁନରାମ ମେଘୱାଲ ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ସେହିଭଳି ଏସପି ସିଂହ ବଘେଲଙ୍କ ମନ୍ତ୍ରାଳୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ସେ ଆଇନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ।