ଦେଶର କଲେଜିୟମ ସିଷ୍ଟମକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ , କହିଲେ ବିଚାରପତି ନିଯୁକ୍ତି ସରକାରଙ୍କ କାମ

ଦେଶର କଲେଜିୟମ ସିଷ୍ଟମକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ , କହିଲେ ବିଚାରପତି ନିଯୁକ୍ତି ସରକାରଙ୍କ କାମ

କନକ ବ୍ୟୁରୋ : କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଆଜି ଦେଶର କଲେଜିୟମ ସିଷ୍ଟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି ଦେଶରେ ବିଚାରପତି ନିଯୁକ୍ତି କରିବା ହେଉଛି ସରକାରଙ୍କ କାମ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖପତ୍ର ତଥା ଜଣାଶୁଣା ପତ୍ରିକା ‘ପଞ୍ଚଜନ୍ୟ’ ତରଫରୁ ସୋମବାର ଦିନ ଅହମ୍ମଦାବାଦ ଠାରେ ଆୟୋଜିତ ସାବରମତୀ ସମ୍ବାଦରେ ରିଜିଜୁ କହିଛନ୍ତି ଯେ ଦେଶର କୋର୍ଟଗୁଡିକୁ ଅଧାରୁ ଅଧିକ ସମୟ ବିଚାରପତି ନିଯୁକ୍ତି ସ୍ଥିର କରିବା କାମରେ ବ୍ୟସ୍ତ ରହୁଛନ୍ତି । ତେଣୁ ନ୍ୟାୟ ଦେବା ଭଳି ପ୍ରାଥମିକ କାମ ପ୍ରଭାବିତ ହେଉଛି ।

କେନ୍ଦ୍ରମନ୍ତ୍ରୀ ଏହି କଥା ପ୍ରଥମଥର ପାଇଁ କହିନାହାଁନ୍ତି ବରଂ ଏହା ପୂର୍ବରୁ ରାଜସ୍ଥାନର ଉଦୟପୁର ଠାରେ ଏକ ସମ୍ମିଳନୀରେ ସମାନ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ କି, ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ନେଇ ଥିବା କଲେଜିୟମ ସିଷ୍ଟମକୁ ପୁଣିଥରେ ବିଚାର କରାଯିବା ଆବଶ୍ୟକ । ବିଚାରପତି ନିଯୁକ୍ତି ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ କି ୧୯୯୩ ମସିହା ପର୍ଯ୍ୟନ୍ତ ଦେଶରେ ପ୍ରତ୍ୟେକ ବିଚାରପତିଙ୍କ ନିଯୁକ୍ତି ଭାରତର ମୁଖ୍ୟ ବିଚାରପତିଙ୍କ ପରାମର୍ଶରେ ଆଇନ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତି କରାଯାଉଥିଲା । ହେଲେ ସେତେବେଳେ ଆମ ପାଖରେ ଅନେକ ପ୍ରଖ୍ୟାତ ବିଚାରପତି ଥିଲେ ।

ସୂଚନା ଥାଉକି ସୁପ୍ରିମକୋର୍ଟ କଲେଜିୟମର ଅଧ୍ୟକ୍ଷତା ମୁଖ୍ୟ ବିଚାରପତି କରନ୍ତି ଓ ଅନ୍ୟ ୪ ଜଣ ବରିଷ୍ଠ ବିଚାପତି ଏଥିରେ ସାମିଲ ହୋଇଥାନ୍ତି । ହେଲେ ସରକାର କଲେଜିୟମର ସୁପାରିଶ ଉପରେ ଅଭିଯୋଗ ଆଣିପାରନ୍ତି କିମ୍ବା ସ୍ପଷ୍ଟିକରଣ ମାଗି ପାରନ୍ତି । ମାତ୍ର ୫  ସଦସ୍ୟତା ବିଶିଷ୍ଠ କଲେଜିୟମ ଏହା ଉପରେ ପୁଣି ସୁପାରିଶ କଲେ ନାମକୁ ମଞ୍ଜୁରୀ ଦେବା ପ୍ରକ୍ରିୟା ସରକାରଙ୍କ ପାଇଁ ବାଧ୍ୟ ହୋଇଥାଏ । ହେଲେ ଯଦି ଆମେ ସମ୍ବିଧାନ ମୁତାବକ ଚାଲିବା ତେବେ ଦେଶରେ ବିଚାରପତିମାନଙ୍କ ନିଯୁକ୍ତି ସରକାରଙ୍କ କାମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe