ଦେଶ ଏବଂ ଦେଶବାସୀଙ୍କ ହୀତ ପାଇଁ ଅହରହ ଶତ୍ରୁଦେଶ ସହ ଲଢେଇ କରୁଥିବା ଭାରତର ବୀର ଯବାନଙ୍କ ବଳିଦାନ ଯେତେ ବି ପ୍ରଶଂସା କଲେ ମଧ୍ୟ କମ୍ ପଡିବ । କେତେବେଳେ ଡହଡହ ଖରାରେ ସୀମାରେ ରହି ତ ଆଉ କେତେବେଳେ ବରଫ ଅଞ୍ଚଳରେ ରହି ଯବାନମାନେ ଦେଶସେବା କରିଥାନ୍ତି । ଦେଶ ପାଇଁ ବେଳେବେଳେ ଏହି ଯବାନ୍ ଙ୍କ ଜୀବନ ମଧ୍ୟ ଚାଲିଯାଏ କିନ୍ତୁ ଜୀବନକୁ ଖାତିର ନକରି ଭାରତମାତାର ରକ୍ଷାକୁ ଏହି ବୀର ମାନେ ସବୁକିଛି ଭାବନ୍ତି । ଲେଫ୍ଟିନାଣ୍ଟ୍ କିରଣ ଶିଖାୱତ୍ ମଧ୍ୟ ଜଣେ ବୀର ମହିଳ ଯବାନ୍ ଥିଲେ । ଯେ ନିଜ କର୍ତ୍ତବ୍ୟ ପୂରଣ କରୁକରୁ ଦେଶ ପାଇଁ ଜୀବନ ହାରିଥିଲେ । ୨୦୧୫ ମସିହାରେ କିରଣ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥଠାରେ ନୌସେନାର ମହିଳା କ୍ୟାଡରର ନେତୃତ୍ୱ ନେଇ ରାଜସ୍ଥାନର ନାଁକୁ ଗର୍ବିତ କରାଇଥିଲେ । ଯେ ୨୪ ମାର୍ଚ୍ଚ ୨୦୧୫ ରେ ଗୋଆ ଡାର୍ନିୟଲ୍ ରେ ହୋଇଥିବା ଏକ ବିମାନ ଦୂର୍ଘଟଣାରେ ସହିଦ୍ ହୋଇଯାଇଥିଲେ ।
କିନ୍ତୁ ଏହାକୁ କେବଳ ଜଣେ ସାହସୀ ଝିଅର ଦୁର୍ଭାଗ୍ୟ ହିଁ କହିବାକୁ ପଡିବ ଯେ ସହିଦ୍ ହେବାର ଏତେ ସମୟ ପରେ ବି ତାଙ୍କ ପରିବାରକୁ ଏଥିପାଇଁ ଅନୁକମ୍ପାମୂଳକ ସହାୟତା ରାଶି ମିଳିପାରିଲା ନାହିଁ । ସହିଦ୍ ହେବା ପରେ ସରକାରଙ୍କ ତରଫରୁ ପରିବାରକୁ ଅନୁକମ୍ପା ଯୋଗାଇଦେବା କଥା କୁହାଯାଇଥିଲା । କିନ୍ତୁ ପରିବାର ଏବେ ବି ସରକାରଙ୍କ ଅନୁକମ୍ପାକୁ ଚାହିଁରହିଛି । କିରଣଙ୍କ ଗାଁ କୁରଥଲାରେ ତାଭ୍କ ସ୍ପରଣାର୍ଥେର୍ ଏକ ମହାବିଦ୍ୟାଳୟ ପ୍ରସ୍ତୁତ କରିବା କଥା ମୁଖ୍ୟମନ୍ତ୍ରୀ କହିଥିଲେ କିନ୍ତୁ ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । କଲେଜ୍ ଖୋଲିବା ତ ଦୂରର କଥା ଏଯାଏଁ ଏଥିପାଇଁ ଜାଗାର ଚୟନ ମଧ୍ୟ ହୋଇପାରିଲା ନାହିଁ । ତେବେ କିରଣଙ୍କ ସ୍ୱାମୀ ବିବେକ୍ ସିଂହ ଛୋକର ମଧ୍ୟ ନୌସେନାରେ ଲେଫ୍ଟିନାଣ୍ଟ୍ ପଦରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Saheeed.jpg)
/kanak/media/post_attachments/wp-content/uploads/2019/02/Life-History-1-1-300x219.jpg)
/kanak/media/post_attachments/wp-content/uploads/2019/02/Ctrxl5CWEAAq2le-300x169.jpg)