କନକ ବ୍ୟୁରୋ : ୨୫ ଦିନରେ ପହଂଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ଆଜି ବି ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରୁଛି ୠଷ ସେନା । ଆଜି ବି ହାଇପରସୋନିକ ମିସାଇଲ ଦ୍ୱାରା ଆକ୍ରମଣ କରିଛି ଋଷ । ଯାହା ହିରୋସୀମା ଉପରେ ପଡିଥିବା ପରମାଣୁ ବୋମା ଠାରୁ ୩୩ ଗୁଣା ଅଧିକ ଶକ୍ତିଶାଳୀ । ଏହି ହାଇପରସୋନିକ ମିସାଇଲର ନାଁ ହେଉଛି ମାରିଓପୋଲର ଏକ ଆର୍ଟ ସ୍କୁଲ ଉପରେ ରୁଷ ସେନା ପକ୍ଷରୁ ବୋମାମାଡ଼ କରାଯାଇଛି । ଏଠାରେ ୪୦୦ ଜଣ ଶରଣାର୍ଥୀ ରହିଥିଲେ । ସେହିପରି ରାଜଧାନୀ କିଭ୍ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଇଛି । ମିକୋଲେବ୍ରେ ଥିବା ଏକ ମିଲିଟାରୀ ବେସ୍ ଉପରେ ଋଷ ସେନା ପକ୍ଷରୁ ରକେଟ୍ ମାଡ଼ କରାଯାଇଛି । ଏଥିରେ ୫୦ ଜଣ ୟୁକ୍ରେନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଏୟାରବେସରେ ୨୦୦ ଜଣ ସୈନିକ ଥିଲେ । ଏହି ସମୟରେ ରୁଷ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ୫୦ ଜଣ ସୈନିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ୠଷ ସେନାର ଆକ୍ରମଣରେ ରାଜଧାନୀ କିଭରେ ବର୍ତମାନ ସୁଦ୍ଧା ୨୨୮ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।
ଋଷ ଉପରେ ବି ପାଲଟା ଆକ୍ରମଣ କରୁଛି ୟୁକ୍ରେନ୍ । ବେଲାରୁସ ସୀମା ନିକଟରେ ୠଷ ସେନା ଉପରକୁ ଆକ୍ରମଣ କରାଯାଇଛି । ୨୫ ଶହ ରୁଷୀୟ ସୈନିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି । ଋଷ ବସରେ ମୃତଦେହ ନେଇଯାଇଥିବା ୟୁକ୍ରେନ ଦାବି କରିଛି ।
କିଞ୍ଜଲ ମିସାଇଲ ଏତେ ଘାତକ ଯେ, ଏହା ଶବ୍ଦର ବେଗ ଠାରୁ ମଧ୍ୟ ୧୦ ଗୁଣା ଅଧିକ ଗତିରେ ଟାର୍ଗେଟକୁ ନଷ୍ଟ କରିଥାଏ । ଆଉ ସବୁଠୁ ବଡ କଥା ହେଲା, କୌଣସି ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଏହାକୁ ନଷ୍ଟ କରିବା ସହଜ ନୁହେଁ ।
କିଞ୍ଜଲ ମିସାଇଲ ପରମାଣୁ ଶକ୍ତି ସମ୍ପନ୍ନ ମିସାଇଲ । ଅଥାର୍ତ ଏହି ମିସାଇଲ ଜରିଆରେ ମଧ୍ୟ ପରମାଣୁ ଆକ୍ରମଣ କରିହେବ । ଏହା ୧୨୫୦ ମିଲ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଆଉ ଏହି ଘାତକ ମିସାଇଲ ବଳରେ ହିଁ ଋଷ ବଳୀୟାନ ସାଜିଛି । ତେବେ ଯୁଦ୍ଧକୁ ୨୪ ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍ ଏହା ବନ୍ଦ ହେବାର ସଂକେତ ମିଳୁନାହିଁ । ଏହାପୂର୍ବରୁ ଖାରକିଭରେ ଋଷ ଭ୍ୟାକୁମ ବୋମା ପକାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଭ୍ୟାକୁମ ବୋମା ମଧ୍ୟ ବେଶ ଘାତକ । ଏହି ବୋମା ଯେଉଁ ଅଞ୍ଚଳରେ ପଡେ ସେଠାରେ ଅକ୍ସିଜେନର ମାତ୍ରା କମିଯିବା ସହ ଲୋକେ ନିଶ୍ୱାସ ଅଭାବରୁ ମୃତ୍ୟୁମୁଖରେ ପଡିଥାନ୍ତି । ଯାହା ବେଶ କଷ୍ଟଦାୟକ ।