କିନ୍ନରଙ୍କ ଉନ୍ନତି ପାଇଁ ପ୍ରୟାସ : ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ

21

କନକ ବ୍ୟୁରୋ : କିନ୍ନରଙ୍କୁ ଜୀବିକା ଯୋଗାଇ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ । କିନ୍ନରମାନେ କିଭଳି ଆତ୍ମ ସମ୍ମାନର ସହିତ ବଂଚିବେ ସେଥିପାଇଁ ପଦକ୍ଷେପ ନେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ । କିନ୍ନରଙ୍କୁ ଦିଆଯାଉଛି ବିୟୁଟିସିଆନ ଟ୍ରେନିଂ । ଷ୍ଟେଟ ବ୍ୟାଙ୍କ ଆର୍ ସେଟି ପକ୍ଷରୁ ଏଭଳି ତାଲିମ ଦିଆଯାଉଛି । ଭାରତରେ ଦ୍ୱିତୀୟ ଏବଂ ଓଡ଼ିଶାରେ ପ୍ରଥମ କରି କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଏପରି ଟ୍ରେନିଂ ବ୍ୟବସ୍ଥା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –