କନକ ବ୍ୟୁରୋ : ରାଜନୀତିରେ କିନ୍ନର । ମୁହାଁମୁହିଁ ବିଜେପି- ବିଜେଡି । ବିଜେଡିକୁ ସମର୍ଥନ କରୁଥିବା କିନ୍ନରମାନେ ଆଜି ଜୟନାରାୟଣ ମିଶ୍ରଙ୍କ ବାସଭବନ ଆଗରେ ପ୍ରତିବାଦ କରିବା ପରେ ସମାନ ଢଙ୍ଗରେ ବିଜେପିକୁ ସମର୍ଥନ କରୁଥିବା କିନ୍ନରମାନେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଆଗରେ ପ୍ରତିବାଦ କରିଛନ୍ତି ।

Advertisment

ରାଜ୍ୟରେ ଆଇନଶୃଖଳା ନେଇ ମନ୍ତ୍ରୀଙ୍କୁ ଉତରଦାୟୀ କରିବା ସହ ପ୍ରତିବାଦ କରିଛନ୍ତି କିନ୍ନର । ବିଶେଷକରି ମନ୍ତ୍ରୀ ନବ ଦାସଙ୍କ ହତ୍ୟାଘଟଣାର ତଥ୍ୟ ରାଜ୍ୟ ସରକାର ସାମ୍ନାରେ ରଖନ୍ତୁ ବୋଲି ଦାବି କରିଛନ୍ତି କିନ୍ନର । ଏହା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ କିନ୍ନରମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।