କନକ ବ୍ୟୁରୋ : ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତାତିଲେ କିନ୍ନର । ମହିଳା ପୋଲିସ କର୍ମୀଙ୍କ ଉପରେ ହାତ ଉଠାକୁ କଲେ ବିରୋଧ । ତରୁନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କଲେ କିନ୍ନର ସଂଘ । ଜୟନାରାୟଣଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ।

Advertisment

ଗତକାଲି ମଧ୍ୟ ଭୁବନେଶ୍ବର ଲୋୟର ପିଏମ୍‌ଜି ଠାରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଶତାଧିକ କର୍ମୀ ପ୍ରତିବାଦ ସଭା କରିବା ସହ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୟ ନାରାୟଣଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ଓ ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର ଦାବି ଦୋହରାଇଥିଲେ ବିଜେଡି ନେତା । ପ୍ରସଙ୍ଗଟି ଏଇଠି ଅଟକି ନାହିଁ । ଏହି ଘଟଣାରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଏକ ରାଲିରେ ସେମାନେ ଆଇଜିଙ୍କ କାର୍ଯ୍ୟାଳୟକୁ ଯାଇ ଜୟ ନାରାୟଣଙ୍କୁ ଗିରଫ ପାଇଁ ଦାବିପତ୍ର ଦେଇଛନ୍ତି । ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଦିଆଯାଇଥିବା ଜଣାପଡ଼ିଛି । ବିରୋଧୀ ଦଳ ନେତା ପଦରେ ଅଧିଷ୍ଠିତ ଜଣେ ବରିଷ୍ଠ ନେତା କାର୍ଯ୍ୟରତ ଜଣେ ମହିଳା ଆଇଆଇସିଙ୍କୁ ହାତ ଉଠାଇବା ଘଟଣାକୁ ବିଭିନ୍ନ ମହଲରେ ମଧ୍ୟ ନାପସନ୍ଦ କରାଯାଇଛି ।