ଆଇପିଏଲ ଟକ୍କର : ଟସ୍ ଜିତି ପଞ୍ଜାବର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଚେନ୍ନାଇ ସୁପର କିଙ୍ଗସ୍ ।

68

କନକ ବ୍ୟୁରୋ : ଆଜିର ଦ୍ୱିତୀୟ ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ କିଙ୍ଗ୍ ଇଲେଭେନ ପଞ୍ଜାବ । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ପଞ୍ଜାବ ବ୍ୟାଟିଂ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ପଞ୍ଜାବର ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇ ଆଗରେ ବଡ ସ୍କୋର ଟାର୍ଗେଟ ଦେବାକୁ ହେବ ।

ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ୪ ଲେଖାଏଁ ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୩ଟି ପରାଜୟ ଲାଭ କରିଛନ୍ତି । ତେଣୁ ମ୍ୟାଚ ଉଭୟ ବିଜୟ ହୋଇ ଉପରକୁ ଉଠିବାକୁ ଚେଷ୍ଟା କରିବେ । ଏହି ମ୍ୟାଚରେ ପଞ୍ଜାବର ପଲ୍ଲା ଭାରି ରହିପାରେ ।

ଚେନ୍ନାଇରେ ଫାପ ଡୁପ୍ଲେସିସ, ଅମ୍ବାତି ରାଇଡୁ, ସେନ ୱାଟସନ ଓ ଧୋନୀଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲଙ୍କ ଭଳି ଖେଳାଳି ରହିଛନ୍ତି ।