ପଞ୍ଜାବର ବଲେ ବଲେ ! ଦିଲ୍ଲୀକୁ ୬ ୱିକେଟରେ ମାତ୍ ଦେଲା କିଙ୍ଗସ ଇଲେଭେନ୍ ପଞ୍ଜାବ ।

50

ଆଇପିଏଲରେ ଏକ ରୋମାଞ୍ଚକର ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି କିଙ୍ଗସ ଏକାଦଶ ପଞ୍ଜାବ । ଦିଲ୍ଲୀ ଡେୟାରଡେଭିଲ୍ସକୁ ୬ ୱିକେଟରେ ପରାସ୍ତ କରିଛି ପଞ୍ଜାବ । ମୋହାଲିରେ ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ମ୍ୟାଚରେ କେ ଏଲ ରାହୁଲ ଏବଂ କରୁଣ ନାୟାରଙ୍କ ଦମଦାର ବ୍ୟାଟିଂ ବଳରେ ଏକ ଦମଦାର ମୁକାବିଲାରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ପରାସ୍ତ କରିଛି କିଙ୍ଗସ ଏକାଦଶ ପଞ୍ଜାବ । ଏହି ହାଇ ଭୋଲ୍ଟେଜ ମ୍ୟାଚରେ ଦେଖିବାକୁ ମିଳିଥିଲା ତିନୋଟି ଅର୍ଦ୍ଧଶତକ । ଗୌତମ ଗମ୍ଭୀର, କେ ଏଲ ରାହୁଲ ଏବଂ କରୁଣ ନାୟାରଙ୍କ ବ୍ୟାଟରୁ ଛକା ଚୌକାର ମଜା ନେଇଥିଲେ ମୋହାଲି ଦର୍ଶକ ।

 

ଇଣ୍ଡିଆନ ପ୍ରିମିୟର ଲିଗ୍ ର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟିଂ ଭାର ନେଇ ଆସିଥିଲେ ଅଧିନାୟକ ଗୌତମ ଗମ୍ଭୀର ଏବଂ କୋଲିନ ମୁନରୋ । ପ୍ରଥମ ଓଭରରେ ମୁନରୋଙ୍କୁ ଆଉଟ କରି ପଞ୍ଜାବକୁ ପ୍ରଥମ ସଫଳତା ଦେଇଥିଲେ ଯୁବ ତାରକା ମୁଜିବ ରେହମାନ । ନିର୍ଦ୍ଧାରିତ ୨୦ ଓଭରରେ ଦିଲ୍ଲୀ ଡେୟାରଡେଭିଲ୍ସ ୭ଟି ୱିକେଟ ହରାଇ ୧୬୬ ରନ ସଂଗ୍ରହ କରିଥିଲା । ଅଧିନାୟକ ଗୌତମ ଗମ୍ଭୀର ଦମଦାର ବ୍ୟାଟିଂ କରି ୪୨ଟି ବଲରୁ ୫୫ରନ ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

୧୬୭ରନର ବିଜୟଲକ୍ଷ୍ୟ ନେଇ ପଞ୍ଜାବ ପକ୍ଷରୁ ବ୍ୟାଟିଂ ଭାର ନେଇ ଆସିଥିଲେ କେ ଏଲ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ । ପ୍ରଥମରୁ ହିଁ ଛକା ଏବଂ ଚୌକାର ବର୍ଷା କରିଥିଲେ ରାହୁଲ । ମାତ୍ର ୧୬ ଟି ବଲ୍ ରେ ବିସ୍ଫୋରକ ବ୍ୟାଟିଂ କରି ୫୧ରନ୍ ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଯେଉଁଥିରେ ସାମିଲ ଥିଲା ୪ଟି ବିଶାଳ ଛକା ଏବଂ ୬ଟି ଚୌକା । ଦଳୀୟ ସ୍କୋର ୬୪ ରନ୍ ହୋଇଥିବା ବେଳେ ସାମିଙ୍କ ହାତରେ କ୍ୟାଚ ଧରାଇ ରାହୁଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଟ୍ରେଣ୍ଟ ବୋଲ୍ଟ । ଏହା ପରେ ପଞ୍ଜାବ ପକ୍ଷରୁ ଦମଦାର ବ୍ୟାଟିଂ କରିଥିଲେ କରୁଣ ନାୟାର । ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ୩୩ ବଲରୁ ଅର୍ଦ୍ଧଶତକ ହାସଲ କରି କ୍ରିଷ୍ଟିୟାନଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ତେବେ ୧୮.୫ ଓଭରରେ କିଙ୍ଗସ ଏକାଦଶ ପଞ୍ଜାବ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା । ଏବଂ ଦିଲ୍ଲୀକୁ ୬ ଓି୍ୱକେଟରେ ପରାସ୍ତ କଲା କିଙ୍ଗସ ଇଲେଭେନ ପଞ୍ଜାବ ।