କନକ ବ୍ୟୁରୋ: ଆଇପିଏଲ ଟକ୍କର: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ କିଙ୍ଗସ ଇଲେଭେନ୍ ପଞ୍ଜାବର ନିଷ୍ପତ୍ତି । ତେବେ ପଡ଼ିଆକୁ ଓହ୍ଲାଇବ ରୋହିତ୍ ବାହିନୀ । ତେବେ ମୁମ୍ବାଇ ପଲଟନର ବ୍ୟାଟିଂ ଲାଇନଅପ୍ ଶକ୍ତିଶାଳୀଥିବାରୁ ପଞ୍ଜାବ ସାମ୍ନାରେ ରୋହିତ୍ ବାହିନୀ ବଡ଼ ସ୍କୋର କରିବାକୁ ଲକ୍ଷ୍ୟ ରଖିବ ।
ସେପଟେ ପଞ୍ଜାବର ବୋଲିଂ ଏତେ ମଜବୁତ ନୁହେଁ କିନ୍ତୁ ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ବିଶେଷ କରି କ୍ୟାପଟେନ୍ ରାହୁଲ ଏବେ ପୂରା ଫର୍ମରେ ଅଛନ୍ତି, ଚଳିତ ଆଇପିଏଲରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଶତକ ହାସଲ କରିବ ସେ ଅରେଞ୍ଜ କ୍ୟାପ୍ ହକଦାର ରହିଛନ୍ତି । ତେଣୁ ଉଭୟ ଦଳ ମଧ୍ୟରେ ଏକ ଦମଦାର୍ ମ୍ୟାଚ୍ ଦେଖିବାକୁ ମିଳିପାରେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/2-2.jpg)