ମୟଙ୍କ ଅଗ୍ରୱାଲଙ୍କ ରୋମାଞ୍ଚକର ଶତକ । ରାଜସ୍ଥାନକୁ ୨୨୪ ରନର ବିଶାଳ ଟାର୍ଗେଟ ଦେଲା କିଙ୍ଗସ୍ ଇଲେଭେନ ପଞ୍ଜାବ ।

181

କନକ ବ୍ୟୁରୋ : ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ୨୨୩ର ବିଶାଳ ସ୍କୋର କରିଛି ପଞ୍ଜାବ । ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲ ଶତକ ହାସଲ କରିଛନ୍ତି । ଫଳରେ ରାଜସ୍ଥାନ ଆଗରେ ଏବେ ୨୧୫ ରନର ବଡ ଟାର୍ଗେଟ ରହିଛି । ଦଳକୁ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍ ଖେଳିବାକୁ ହେବ ।

ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପଞ୍ଜାବ ଦଳ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରି ରାଜସ୍ଥାନ ବୋଲଙ୍କ ନିଦ ହଜାଇ ଦେଇଥିଲେ । ଦଳ ପକ୍ଷରୁ ମୟଙ୍କ ୭ ଛକା, ୧୦ ଚୌକା ବଳରେ ୧୦୬ ରନ କରିଥିବା ବେଳେ କେଏଲ ରାହୁଲ ୧ ଛକା, ୭ ଚୌକା ବଳରେ ୮୯ ରନ ହାସଲ କରିଛନ୍ତି ।

ଏବେ ୨୨୪ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ରାଜସ୍ଥାନ ଦଳ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍ ଖେଳିବାକୁ ହେବ । ସେହିପରି ଏବେ ପଞ୍ଜାବ ବୋଲରଙ୍କ ଆଗରେ ବଡ ଚ୍ୟାଲେଞ୍ଜ ରହିବ ।

Comments are closed.