କନକ ବ୍ୟୁରୋ : ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ୨୨୩ର ବିଶାଳ ସ୍କୋର କରିଛି ପଞ୍ଜାବ । ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲ ଶତକ ହାସଲ କରିଛନ୍ତି । ଫଳରେ ରାଜସ୍ଥାନ ଆଗରେ ଏବେ ୨୧୫ ରନର ବଡ ଟାର୍ଗେଟ ରହିଛି । ଦଳକୁ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍ ଖେଳିବାକୁ ହେବ ।
ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପଞ୍ଜାବ ଦଳ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରି ରାଜସ୍ଥାନ ବୋଲଙ୍କ ନିଦ ହଜାଇ ଦେଇଥିଲେ । ଦଳ ପକ୍ଷରୁ ମୟଙ୍କ ୭ ଛକା, ୧୦ ଚୌକା ବଳରେ ୧୦୬ ରନ କରିଥିବା ବେଳେ କେଏଲ ରାହୁଲ ୧ ଛକା, ୭ ଚୌକା ବଳରେ ୮୯ ରନ ହାସଲ କରିଛନ୍ତି ।
ଏବେ ୨୨୪ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ରାଜସ୍ଥାନ ଦଳ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍ ଖେଳିବାକୁ ହେବ । ସେହିପରି ଏବେ ପଞ୍ଜାବ ବୋଲରଙ୍କ ଆଗରେ ବଡ ଚ୍ୟାଲେଞ୍ଜ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/Ei7mVsbU4AAqotX.jpg)