କେଏଲ ରାହୁଲଙ୍କ ରୋମାଞ୍ଚକର ଶତକ । ବାଙ୍ଗାଲୋରକୁ ୨୦୭ ରନର ବିଶାଳ ଟାର୍ଗେଟ ଦେଲା ପଞ୍ଜାବ । ଚଳିତ ଆଇପିଏଲର ପ୍ରଥମ ଶତକ ହାସଲ କଲେ ରାହୁଲ

189

କନକ ବ୍ୟୁରୋ : କିଙ୍ଗସ ଇଲେଭେନ ପଞ୍ଜାବର ଅଧିନାୟକ କେଏଲ ରାହୁଲଙ୍କ ଦମଦାର ଶତକ । ଫଳରେ ପଞ୍ଜାବ ଏହି ମ୍ୟାଚରେ ୨୦୬ ରନର ବିଶାଳ ସ୍କୋର କରିଛି । ଏବେ ବାଙ୍ଗାଲୋର ଆଗରେ ୨୦୭ ରନର ଟାର୍ଗେଟ ରହିଛି । ଦଳକୁ ଜିତିବାକୁ ହେଲେ ପ୍ରଥମରୁ ଆକ୍ରାଣାତ୍ମକ ଖେଳିବାକୁ ହେବ ।

ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଏଥିରେ କେଏଲ ରାହୁଲ ପ୍ରଥମରୁ ହିଁ ଭଲ ପ୍ରଦର୍ଶନ କରିଥିଲେ । ଗୋଟିଏ ପଟେ ପଞ୍ଜାବ ୱିକେଟ ହରାଉଥିବା ବେଳେ ରାହୁଲ ଅନ୍ୟ ପଟେ ଚମକ୍ରାର ବ୍ୟାଟିଂ କରିଥିଲେ । ସେ ଶେଷ ଓଭର ପର୍ଯ୍ୟନ୍ତ ଖେଳି ଦଳକୁ ବିଶାଳ ସ୍କୋର ପାଖରେ ପହଞ୍ଚାଇଥିଲେ । ଏହି ମ୍ୟାଚରେ ରାହୁଲ ୬୯ ବଲରେ ୧୪ ଚୌକା ଓ ୭ ଛକା ବଳରେ ୧୩୨ ରନ କରିଥିଲେ । ଅନ୍ୟମାନଙ୍କ ମଧରେ ମୟଙ୍କ ଅଗ୍ରୱାଲ ୨୬, ନିକୋଲ୍ସ ପୁରନ ୧୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୩ ଓି୍ୱକେଟ ହରାଇ ୨୦୬ ରନ କରିଛି । ଏବେ ୨୦୭ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ବାଙ୍ଗାଲୋର । ଏବେ ଦଳକୁ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍ କେଳିବାକୁ ହେବ ।