କିଙ୍ଗସ ଇଲେଭେନ ପଞ୍ଜାବ ଟିମ ଚଳିତ ବର୍ଷ ଆଇପିଏଲର ଆରମ୍ଭରେ ଧମାକାଦାର ଖେଳି ପ୍ରଦର୍ଶନ କରିଥିଲେ । ଆରମ୍ଭ ମୁକାବିଲାରେ ବାରମ୍ବାର ଜିତ ହାସଲ କରିବା ପରେ ଏବେ ପୁଣି ପଛୁଆ ହୋଇଯାଇଛନ୍ତି । ମଙ୍ଗଳବାର ଦିନ ଟିମ ରାଜସ୍ଥାନ ବିପକ୍ଷରେ ୧୫୮ରନ ଲକ୍ଷ୍ୟ ରଖି ପିଛା ପରି ମଧ୍ୟ ପଛୁଆ ରହିଯାଇଥିଲା । ଟପ ଅର୍ଡର ଖେଳାଳୀଙ୍କୁ ଛାଡିଦେଲା ପରେ ଅନ୍ୟ ଖେଳାଳୀ ଖରାପ ପ୍ରଦର୍ଶନ କରିଥିଲେ । ଟିମ ଗୁରୁ ଭାରତୀୟ ଖେଳାଳୀ ବିରେନ୍ଦର ସେହେୱାଗ ଏବଂ ମାଲିକାଣୀ ଅଭିନେତ୍ରୀ ପ୍ରୀତି ଜିଂଟା ମ୍ୟାଚ ସମୟରେ ସବୁବେଳେ ହସୁଥିବାର ଦେଖିବାକୁ ମିଳିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ମିଳିଥିବା ହାର ଯୋଗୁଁ ଏବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ୍ ନଥିବା ଦେଖିବାକୁ ମିଳିଛି ଏବଂ ଲଗାତାର ହାରିବା ଯୋଗୁଁ ସେହେୱାଗଙ୍କୁ ପ୍ରୀତି ଅନେକ ପଚରାଉଚରା କରୁଛନ୍ତି । ବିଶେଷ ସୂତ୍ର ମୁତାବକ ବ୍ୟାଟ୍ସମ୍ୟାନ ଥାଇ ମଧ୍ୟ ସେ ୩ୟ ନମ୍ବରରେ ଅଶ୍ୱିନଙ୍କୁ ପଠାଇଥିଲେ ଏବଂ ସେ ସାଙ୍ଗେ ସାଙ୍ଗେ ଆଉଟ ହୋଇଯାଇଥିଲେ । ପ୍ରୀତି ସେହେୱାଗଙ୍କ ଏହି ନିଷ୍ପତ୍ତି ପାଇଁ ନିରାଶ ନଜର ଆସିଥିଲେ ।
ପଞ୍ଜାବ ବତ୍ତମାନ ୧୦ମ୍ୟାଚରୁ ୬ଟା ମ୍ୟାଚ ଜିତି ୪ଟା ମ୍ୟାଚ ହାରିଛି । ପ୍ଲେ ଅଫରେ ଜାଗା ବନାଇବା ପାଇଁ ଏହି ଟିମକୁ ଆହୁରି ୪ଟି ମ୍ୟାଚ ଜିତିବାକୁ ପଡିବ । ବିଶେଷ ସୂତ୍ର ଅନୁସାରେ ପ୍ରୀତି ଏହି ନିଷ୍ପତ୍ତି ଏବଂ ରାଜସ୍ତାନ ବିପକ୍ଷରେ ମିଳିଥିବା କାରଣର ଦୋଷ ସେହେୱାଗଙ୍କୁ ଦେଇଛନ୍ତି । ପ୍ରୀତି ଏଭଳି ପ୍ରଥମ ଥର ପାଇଁ ସେହେୱାଗଙ୍କ ଉପରେ ଦୋଷ ଲଦି ନାହାନ୍ତି, ଏହାପୂର୍ବରୁ ମଧ୍ୟ ସେ ତାଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ।
ପ୍ରୀତି ଜିଂଟା ଏହି ଟିମରେ ୫ବର୍ଷ ହେଲା ରହିଆସୁଛନ୍ତି, ମାତ୍ର ପ୍ରୀତିଙ୍କ ଏଭଳି ବ୍ୟବହାରରେ ସେହେୱାଗ ମଧ୍ୟ ରାଗି ଯିବା ନଜର ଆସିଛନ୍ତି । ଟିମର ବିଶେଷସୂତ୍ରରୁ ପ୍ରକାଶ ଯେ ସେହେୱାଗ ଏବେ ପ୍ରୀତିଙ୍କ ଉପରେ ଖୁବ ରାଗି ଯାଇଛନ୍ତି । ଏହି କାରଣରୁ ସେ ଟିମର ଅନ୍ୟ ମାଲିକଙ୍କ ସହ କଥା ମଧ୍ୟ ହୋଇସାରିଲେଣି କି ଏଭଳି କଥା ସେ ଟିମରେ ସହ୍ୟ କରିପାରିବେ ନାହିଁ କି ତାଙ୍କୁ ଏଭଳି ପସନ୍ଦ ନାହିଁ । ସେହେୱାଗଙ୍କ ପୂର୍ବରୁ ୨୦୧୬ରେ ମଧ୍ୟ ଟିମ ସିଲେକ୍ସନ ସମୟରେ ପ୍ରୀତି ନିଜର ରାଗ ହେଡ କୋଚ ସଂଜୟ ୱାଙ୍ଗଡ ଉପରେ ଦେଖାଇ ଥିଲେ ।