ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଆଗରେ ୩ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ ?

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଆଗରେ ୩ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ ?

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରିଷି ସୁନକଙ୍କ ଆଗରେ ୩ ବଡ଼ ଚ୍ୟାଲେଞ୍ଜ ରହିଛି । ଆର୍ଥିକ ସଙ୍କଟ ସୁଧାରିବା ହେବ ପ୍ରମୁଖ କାମ । ସେହିଭଳି ଦଳକୁ ସୁଦୃଢ ଓ ଦଳୀୟ ଏକତାକୁ ଦେବେ ପ୍ରାଧାନ୍ୟ । ଶକ୍ତି ସଙ୍କଟ ସୁଧାରିବା ବି ହେବ ଗୁରୁ ଦାୟିତ୍ୱ ।

ଆର୍ଥିକ ସଙ୍କଟ

- ରିଷି ସୁନକଙ୍କ ରାସ୍ତାରେ ଆର୍ଥିକ ସଙ୍କଟ ବଡ଼ ଚ୍ୟାଲେଞ୍ଜ
- ବ୍ରିଟେନ୍ରେ ମୁଦ୍ରାସ୍ଫୀତି ୧୦ ପ୍ରତିଶତ ବୃଦ୍ଧି ପାଇଛି
- କୌଣସି ଜି ୭ରାଷ୍ଟ୍ରରେ ମୁଦ୍ରାସ୍ଫୀତି ଏତେ ବଢିବା ସର୍ବାଧିକ
- ଦେଶରେ ଖାଦ୍ୟ ଦର ମଧ୍ୟ ବଢିବାରେ ଲାଗିଛି
- ପ୍ରଧାନମନ୍ତ୍ରୀ ହେବା ପରେ ସମାଧାନ ପାଇଁ ଚେଷ୍ଟା କରିଥିଲେ ଟ୍ରସ୍
- ବିଫଳ ହେବା ପରେ ଲିଜ୍ ଟ୍ରସ୍ ଛାଡିଥିଲେ ପ୍ରଧାନମନ୍ତ୍ରୀ ପଦ

ଦଳୀୟ ଏକତା

- କଞ୍ଜରଭେଟିଭ୍ ପାର୍ଟିରେ ଦଳୀୟ କନ୍ଦଳ ଦେଖାଦେଇଛି
- ପାର୍ଟିରେ ଯେଉଁ ବିଭେଦ ଦେଖାଦେଇଛି ପୂର୍ବରୁ କେବେ ହୋଇନଥିଲା
- ୬୦ ମନ୍ତ୍ରୀଙ୍କ ଆସ୍ଥା ହରାଇବା ପରେ ଇସ୍ତଫା ଦେଇଥିଲେ ଜନ୍ସନ୍
- ୨୦୧୬ ପରେ ସୁନକ ହେଉଛନ୍ତି ପଞ୍ଚମ ଟୋରି ପ୍ରଧାନମନ୍ତ୍ରୀ
- ସୁନକଙ୍କ ପ୍ରତି ଟୋରି ସାଂସଦଙ୍କ ବିପୁଳ ସମର୍ଥନ ରହିଛି
- ସୁନକଙ୍କ ପାଇଁ ସରକାର ଭାଙ୍ଗିଥିବା ଜନ୍ସନଙ୍କ କିଛି ସମର୍ଥକ ଭାବନ୍ତି
- ଦଳ ମଧ୍ୟରେ ବିଭେଦ ବଢୁଥିବାରୁ ସମାଧାନ ଚେଷ୍ଟା କରିବେ ସୁନକ
- ଦଳକୁ ସୁଦୃଢ କରିବା ଓ ଦଳୀୟ ଏକତା ପାଇଁ କାମ କରିବେ

ଶକ୍ତି ଶଙ୍କଟ

- ରୁଷ ଉପରେ କଟକଣା ଯୋଗୁ ୟୁରୋପରେ ଶକ୍ତି ଯୋଗାଣ ବାଧାପ୍ରାପ୍ତ
- ପ୍ରତି ଘର ପିଛା ବାର୍ଷିକ ଶକ୍ତି ମୂଲ୍ୟ ଗତ ବର୍ଷ ତୁଳନାରେ ୩ ଗୁଣା ବଢିଛି
- ଆଗକୁ ଶୀତ ଆସୁଥିବାରୁ ଅଧିକ ବିଦ୍ୟୁତ ଶକ୍ତି ବ୍ୟବହାର ଆବଶ୍ୟକ
- ଶକ୍ତି ମୂଲ୍ୟକୁ ସ୍ଥିର ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସୁନକଙ୍କ ଉପରେ

ରିଷି ସୁନକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଓ ଭାରତୀର ଜାମାତା । ତାଙ୍କ ପତ୍ନୀ ଅକ୍ଷତା ହେଉଛନ୍ତି ଇନଫୋସିସର ସହ ପ୍ରତିଷ୍ଠାତା ଏନ୍ଆର ନାରାୟଣ ମୂର୍ତ୍ତିଙ୍କ ଝିଅ । ସୁନକଙ୍କ ଶାଶୁ ସୁଧା ହେଉଛନ୍ତି ଟାଟା ମୋଟର୍ସର ପ୍ରଥମ ମହିଳା ଇଞ୍ଜିନିୟର । ମହିଳା ପ୍ରାର୍ଥୀ ଆବେଦନ କରିପାରିବେ ନାହିଁ ବୋଲି କମ୍ପାନୀର ସର୍ତ ବିରୋଧରେ ଚିଠି ଲେଖିବା ପରେ ତାଙ୍କୁ କମ୍ପାନୀରେ ନିଯୁକ୍ତି ମିଳିଥିଲା । ପିଲା ଖରାପ ହେବେ ବୋଲି ସୁଧା ଘରେ ଟିଭି ରଖିନଥିଲେ । ଅନ୍ୟ ପିଲାଙ୍କ ପରି ଅକ୍ଷତା ଓ ତାଙ୍କ ଭାଇ ରୋହନ ଅଟୋରିକ୍ସାରେ ସ୍କୁଲ ଯାଉଥିଲେ । ଅକ୍ଷତା ଦକ୍ଷିଣ ଇଂଲଣ୍ଡର ସାଉଥ୍ଆମ୍ପଟନ୍ ସହରର ବାସିନ୍ଦା ରିଷି ସୁନକଙ୍କୁ ପସନ୍ଦ କରିଥିଲେ । ଝିଅର ପସନ୍ଦକୁ ପ୍ରଶଂସା କରିବା ସହ ବିବାହ କରାଇଥିଲେ ବାପା ମାଆ ।

ଷ୍ଟାନଫୋର୍ଡ ଅକ୍ଷତା ଏମ୍ବିଏ ପଢୁଥିବା ବେଳେ ରିଷିଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲ ପ୍ରେମ ସମ୍ପର୍କ । ୨୦୦୯ ମସିହାରେ ବିବାହ ହୋଇଥିଲା । ବିବାହ ଯଥାସମ୍ଭବ ନିରାଡମ୍ବର ହୋଇଥିଲା । ରାଜନେତା, ଶିଳ୍ପପତି, କ୍ରିକେଟରଙ୍କ ସମେତ ହଜାରେରୁ ଅଧିକ ବିଶିଷ୍ଟ ଅତିଥି ଯୋଗଦେଇଥିଲେ । ଇନଫୋସିସରେ ଅକ୍ଷତା ମୂର୍ତିକ ଅଂଶଧନର ପରିମାଣ ପ୍ରାୟ ୭୦୦ ନିୟୁତ ଡଲାର । ଇଂଲଣ୍ଡର ସ୍ୱର୍ଗତ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କଠାରୁ ମଧ୍ୟ ସେ ଧନୀ ବୋଲି ବିବେଚିତ ହେଉଥିଲେ । ୨୦୨୧ ମସିହାରେ ପ୍ରକାଶିତ ସନଡେ ଟାଇମ୍ସର ଧନୀ ତାଲିକାରେ ରାଣୀଙ୍କ ସମ୍ପତି ୪୬୦ ନିୟୁତ ବୋଲି କୁହାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe