୫୬ ବର୍ଷରେ କିଙ୍ଗ ଖାନ୍ । ପୁଅ ଦେଇଛି ସବୁଠୁ ବଡ ଉପହାର, ମନ୍ନତ ଆଗରେ ପ୍ରଶଂସକଙ୍କ ଭିଡ ।

702

କନକ ବ୍ୟୁରୋ: ଆଜି ବଲିଉଡ୍ ସେନ୍ସେସନ୍ କିଙ୍ଗ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ୍ ଖାନ୍ । ତଥାପି ରୋମାଣ୍ଟିକ୍ ହିରୋ ଭାବେ କୋଟି ହୃଦୟର ରାଜା ହୋଇଛନ୍ତି ଶାହାରୁଖ୍ । ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା । ଆଉ ଏହି ଜନ୍ମଦିନରେ ତାଙ୍କୁ ମିଳିଯାଇଛି ସବୁଠୁ ବଡ ଉପହାର ।

ଅକ୍ଟୋବର ମାସ ଥିଲା ଶାହାରୁଖ ଖାନଙ୍କ ପାଇଁ ଅତି ଉଦବେଗଜନକ । ପୁଅର ଗିରଫଦାରୀକୁ ନେଇ ଉଭୟ ଶାହାରୁଖ ଓ ଗୌରୀ ଯେପରି ବାହାର ଜଗତରୁ ନିଜକୁ ଦୂରେଇ ଯାଇଥିଲେ । ହେଲେ ପୁଅ ଆରୟନ ଘରକୁ ଫେରିବା ପରେ ଶାହାରୁଖଙ୍କ ଖୁସି କହିଲେ ନସରେ । ଅନେକ ଦିନର ଦୁଃଖକୁ ଭୁଲି ଆଜି ନିଜ ଜନ୍ମଦିନରେ ବେଶ ଖୁସ ମିଜାଜରେ ନଜର ଆସିଛନ୍ତି । ଆଜି ତାଙ୍କ ଜନ୍ମ ଦିନକୁ ସେଲିବ୍ରେଟ କରିବା କରିବାକୁ ପୂର୍ବ ରାତିରୁ ମନ୍ନତକୁ ଆଲୋକ ମାଳାରେ ସଜାଇ ଦିଆଯାଇଛି । ମନ୍ନତ ଏବେ ଯେମିତି ଜନ୍ନତ ପାଲଟିଛି । ତାଙ୍କ ଖୁସିକୁ ଦ୍ୱିଗୁଣା କରିବାକୁ ଦୁଇ ପୁଅ ଓ ଝିଅ ସମସ୍ତେ ଏକାଠି ହୋଇଛନ୍ତି ।

ସବୁ ବର୍ଷ ଶାହାରୁଖଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରାଯାଉଥିଲେ ବି ଏବର୍ଷ କିନ୍ତୁ ଏହା ସବୁଠୁ ଖାସ୍ । କାରଣ ତାଙ୍କୁ ଏହି ଜନ୍ମଦିନରେ ସବୁଠୁ ବଡ ଉପହାର ମିଳିସାରିଛି । ଆଉ ସେ ଉପହାର କ’ଣ ସମସ୍ତଙ୍କୁ ଜଣା । ଏହି ଉପହାର ହୋଉଛି ବଡ ପୁଅ ଆରୟନ । ତା ସାଙ୍ଗକୁ ଇଂଲଣ୍ଡରୁ ଫେରିଛି ଝିଅ ସୁହାନା । ଘର ବାହାରେ ବି ପ୍ରଶଂସକଙ୍କ ଭିଡ । ତେଣୁ ଏଥିରୁ ସହଜେ ଅନୁମେୟ ଏହି ଜନ୍ମଦିନ ତାଙ୍କ ପାଇଁ କେତେ ଖାସ୍ ।

ବଲିଉଡର କିଙ୍ଗ ଖାନ୍ କହିଲେ କେବଳ ଦେଶ ନୁହେଁ ସାରା ବିଶ୍ୱରେ ରହିଛି ଖ୍ୟାତି । ହେଲେ ଏହି ଖ୍ୟାତି ଅର୍ଜନ କରିବାର ଯାତ୍ରା ବି କିଛି କମ୍ କଷ୍ଟକର ନଥିଲା । ବଲିଉଡରେ ମଧ୍ୟ ଅନେକ ଅଭିନେତାଙ୍କ ପାଇଁର୍ ପ୍ରେରଣା ସାଜିଛନ୍ତି ଶାହାରୁଖ୍ । ବଲିଉଡ ପରି ସ୍ଥାନରେ ପ୍ରବେଶ କରିବାକୁ କିପରି ପ୍ରତିକୂଳ ସ୍ଥିତିର ସାମନା କରିବାକୁ ପଡେ ତାହାର ପ୍ରତ୍ୟକ୍ଷ ନଜିର ହେଉଛନ୍ତି ଶାହାରୁଖ୍ । ପାଥାଟିକ୍ ,ରୋମାଣ୍ଟିକ୍ ଓ ଆକ୍ସନ୍ ସବୁ ଷ୍ଟୋରିରେ ଯମିଯାନ୍ତି ଶାହାରୁଖ୍ । ତେବେ ତାଙ୍କର ରୋମାଣ୍ଟିକ୍ କେମେଷ୍ଟ୍ରିରେ ପାଗଳ ହୋଇଯାନ୍ତି ଦର୍ଶକ । ସେଥିପାଇଁ ତ ସେ କିଙ୍ଗ୍ ଖାନ୍ ।

ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ବ୍ଲକ ବଷ୍ଟର ପ୍ରମାଣିତ ହେଉଥିବାବେଳେ ଗତ ଦୁଇ ବର୍ଷ ଏଥିରେ ମନ୍ଥରତା ଦେଖିବାକୁ ମିଳିଥିଲା । ତା ସାଙ୍ଗକୁ ପୁଅର ଗିରଫ ଦାରୀ ତାଙ୍କୁ ନିରାଶାର ଅନ୍ଧକାର ଭିତରକୁ ଠେଲିଦେଇଥିଲା । ହେଲେ ଗତ ୨୪ ତାରିଖରେ ଆରୟନ ଘରକୁ ଫେରିବା ପରେ ତାଙ୍କ ଘରକୁ ଯେପରି ଖୁସି ପୁଣି ଫେରିଆସିଛି । ତେଣୁ ଆଜି ନିଜ ଜନ୍ମଦିନକୁ ଖାସ୍ ଢଙ୍ଗରେ ପାଳୁଛନ୍ତି ଶାହାରୁଖ୍ । ଆଗକୁ ଅସୁଛି ତାଙ୍କ ଅଭିନୀତ ପଠାନ୍ ,ଏଟଲି ପରି ୩ଟି ଖାସ୍ ଫିଲ୍ମ । ଏବେ ଏହାର ସୁଟିଂ ପାଇଁ ଏନର୍ଜେଟିକ୍ ହୋଇଉଠିଛନ୍ତି କିଙ୍ଗ ଖାନ୍ । ଆଶା କରାଯାଉଛି ଏହି ଫିଲ୍ମ ଗୁଡିକୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରିବେ ଆଉ ତାଙ୍କ ଖୁସିକୁ ଶହେଗୁଣା କରି ଫେରାଇବେ ।