କନକ ବ୍ୟୁରୋ : ବଲିଉଡ ବାଦଶାହା ଶାହରୁଖ ଖାନ ୫୮ ବର୍ଷ ବୟସର ପହଂଚିଛନ୍ତି । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ବିଳମ୍ବିତ ରାତିରେ ଘର ଛାତ ଉପରକୁ ବାହାରି ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ ।
ଶାହରୁଖ ନିଜ ସିଗନେଚର ପୋଜ୍ରେ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ । ଶାହରୁଖଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଗତକାଲି ସକାଳରୁ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । କିଏ ଫୁଲତୋଡା ଡଧରି ଆସିଥିଲା ତ ଆଉ କିଏ କେକ୍ ଓ ଉପହାର ନେଇ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲା । ଏହାସହ ଶାହରୁଖଙ୍କ ବଡ଼ ବଡ଼ ପୋଷ୍ଟର ନେଇ ମଧ୍ୟା ଆସିଥିବା ଦେଖିବାକୁ ମିଳିଥିଲା । ଶାହରୁଖଙ୍କୁ ଅତି ନିକଟରେ ପାଇ ନିଜ ମୋବାଇଲରେ କଏଦ କରି ନେଇଥିଲେ ତାଙ୍କ ପ୍ରଶଂସକ । ରାତି ୧୨ଟାରେ ମନ୍ନତ ସମ୍ମୁଖରେ ପ୍ରଶଂସକ ଆତସବାଜି ମଧ୍ୟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/11/10-1.jpg)